କଟକ: ହାଇକୋର୍ଟରେ କଟକ ବାରବାଟୀ ନିର୍ବାଚନୀ ମାମଲା । ମହମ୍ମଦ ମୋକିମଙ୍କ ଆବେଦନ ହାଇକୋର୍ଟରେ ଖାରଜ । ନିର୍ବାଚନୀ ମାମଲାକୁ ଖାରଜ କରିବା ପାଇଁ କରିଥିଲେ ଆବେଦନ ।
ନିର୍ବାଚନୀ ଆବେଦନରେ ଉପଯୁକ୍ତ ଚାଲାଣ ଦାଖଲ କରିନଥିବା ଅଭିଯୋଗ କରିଥିଲେ ମହମ୍ମଦ ମୋକିମ । ଆସନ୍ତା ଅକ୍ଟୋବର ୧୪ରେ ଇସ୍ୟୁ ଫ୍ରେମ ପାଇଁ ଦିନ ଧାର୍ଯ୍ୟ । କେଉଁ ଅଭିଯୋଗ ଆଧାରରେ ମାମଲାର ହେବ ଶୁଣାଣୀ ଇସ୍ୟୁ ଫ୍ରେମରେ ହେବ ସ୍ଥିର ।
ଏହା ମଧ୍ୟ ପଢନ୍ତୁ:ବିଧାୟକ ମୋକିମଙ୍କ ଆବେଦନ ଖାରଜ, ହାଇକୋର୍ଟଙ୍କ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ
ସୂଚନାଯୋଗ୍ୟ ନିର୍ବାଚନ ସମୟରେ ଭୁଲ ସତ୍ୟପାଠ ଦେଇଥିବା ଅଭିଯୋଗ କରି ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଓ ସଠିକ ନୋମିନେସନ ଫର୍ମରେ ପ୍ରାର୍ଥୀପତ୍ର ଦାଖଲ ହୋଇ ନଥିବା ଅଭିଯୋଗ ହୋଇଥିଲା । ଏହା ସହ ମହମ୍ମଦ ମୋକିମ ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନ ଥିବା ମାମଲାରେ ଦର୍ଶାଯାଇଥିଲା । ସେପଟେ ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ବିଧାୟକ ମହମ୍ମଦ ମୋକିମ । ତେବେ ବିଧାୟକ ମହମ୍ମଦ ମୋକିମଙ୍କ ଏହି ପିଟିସନକୁ ଖାରଜ କରିଥିଲେ ହାଇକୋର୍ଟ । ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏଥିରେ ବିଧାୟକ ମହମ୍ମଦ ମୋକିମ ୫ ହଜାର ଟଙ୍କାର ଅର୍ଥରାଶି ପ୍ରତିପକ୍ଷଙ୍କୁ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରଠୁ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି ।
ଇଟିଭି ଭାରତ, କଟକ