କଟକ: ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, CHC ଓ PHC ରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ, ଔଷଧର ଘୋର ଅଭାବ ରହିଛି । ଏହା ସହ ରୋଗୀଙ୍କୁ ମଧ୍ୟ ମୌଳିକ ସୁବିଧା ମିଳୁନାହିଁ। ଏନେଇ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା ।
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଗତ ନଭେମ୍ବର ମାସରେ ଏକ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଜି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏକ କ୍ରାକ୍ ଟିମ ଗଠନ କରି ବିଭିନ୍ନ ସରକାରୀ ମେଡିକାଲ ଅଚାନକ ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯେଉଁ ମେଡିକାଲରେ ଏହି ବ୍ୟବସ୍ଥାରେ ସୁଧାର ଆସିନଥିବ ସେମାନଙ୍କୁ ନୋଟିସ ଜାରି କରାଯିବ।