କଟକ:ଚିଟଫଣ୍ଡ ମାମଲାରେ ଗିରଫ ବିଶାଖାପାଟଣା ପୂର୍ବତନ ବିଧାୟକ ଏମ ଭି ପ୍ରସାଦଙ୍କ ଜାମିନ ନାମଞ୍ଜୁର । ଜାମିନ ଆବେଦନ ଖାରଜ କଲା ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ବା ଓପିଆଇଡି କୋର୍ଟ । ଚିଟଫଣ୍ଡ ଠକେଇ ମାମଲାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା ଓଡିଶା ।
ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ପୂର୍ବତନ ବିଧାୟକ ଏମ ଭି ପ୍ରସାଦ ଗିରଫ ଘଟଣା । ଜାମିନ ଆବେଦନ ଖାରଜ କରିଲେ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ। ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁକୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଆସନ୍ତାକାଲି ଠାରୁ ରିମାଣ୍ଡ ଆରମ୍ଭ ହେବ । ୧୮ ତାରିଖରେ ଶେଷ ହେବ ରିମାଣ୍ଡ ଅବଧି । ଏହି ସମୟ ମଧ୍ୟରେ ଅର୍ଥନୈତିକ ଅପରାଧ ଶାଖା ତାଙ୍କ ନିକଟରେ ତଥ୍ୟ ଆଦାୟ କରିବ ।