କଟକ: ଆସନ୍ତା ମେ' ୧୦ ତାରିଖ ଠାରୁ କଟକ ବଡ ମେଡିକାଲରେ ଆଉଟଡୋରରେ (OPD) ରୋଗୀ ଦେଖାଇବା ପାଇଁ ଆରମ୍ଭ ହେବ ଅନଲାଇନ ଟିକେଟ ବୁକିଂ ସୁବିଧା । ଏନେଇ ଆଜି SCB ରେଜିଷ୍ଟ୍ରାର ଆଡମିନିଷ୍ଟ୍ରେସନ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ସୁବିଧା ପାଇବା ପାଇଁ ରୋଗୀ କିମ୍ବା ସମ୍ପର୍କୀୟ www.eswasthya.odisha.gov.in ପୋର୍ଟାଲକୁ ଯାଇ ଅନଲାଇନ ମାଧ୍ୟମରେ ଓପିଡି ଟିକେଟ ରେଜିଷ୍ଟ୍ରେସନର ସୁବିଧା ନେଇପାରିବେ । ପ୍ରାୟ ସମୟରେ ବଡ ଡାକ୍ତର ଖାନାରେ ଡାକ୍ତରଙ୍କ ପରାମର୍ଶ ପାଇଁ ରୋଗୀ ଓ ପରିଜନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହା ସହ ଗୁରୁତର ଓ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।