ଓଡିଶା

odisha

ETV Bharat / city

ଆଜିଠୁ ଅନଲାଇନ ଫର୍ମପୂରଣ, ପରୀକ୍ଷା ଦେବେ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ - ମାଟ୍ରିକ ଛାତ୍ରଛାତ୍ରୀ

ଆଜିଠୁ ଦଶମ ପରୀକ୍ଷା ପାଇଁ ଅନଲାଇନ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଆଜିଠୁ ଅନଲାଇନ ଫର୍ମପୂରଣ, ପରୀକ୍ଷା ଦେବେ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ
ଆଜିଠୁ ଅନଲାଇନ ଫର୍ମପୂରଣ, ପରୀକ୍ଷା ଦେବେ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ

By

Published : Jul 5, 2021, 1:04 PM IST

କଟକ: ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଏନେଇ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ଫର୍ମପୂରଣ। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହା ଶେଷ ହେବା ପରେ ଜୁଲାଇ ୩୦ରୁ ଆରମ୍ଭ ହେବ ଇମ୍ପୃଭମେଣ୍ଟ ପରୀକ୍ଷା । ଏହା ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । କୋଭିଡ ନିୟମ ଅନୁଯାୟୀ କରାଯିବ ପରୀକ୍ଷା । ବୋର୍ଡ ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଚାହିଁଲେ ପରୀକ୍ଷା ଦେଇପାରିବେ, ଏନେଇ ପୂର୍ବରୁ ବୋର୍ଡ ସ୍ପଷ୍ଟ କରିଥିଲା ।

ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବାକୁ ଥିବା ବେଳେ ୩୧ ତାରିଖରେ ଦ୍ବିତୀୟ ଭାଷା, ଅଗଷ୍ଟ ୨ରେ ଗଣିତ, ୩ରେ ସାଧାରଣ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ଓ ଅଗଷ୍ଟ 5 ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ବୋର୍ଡର ଏହି ଇମ୍ପୃଭମେଣ୍ଟ ପରୀକ୍ଷା ଦେବା ପାଇଁ ନା ରାଜି ଅଛନ୍ତି ଛାତ୍ରଛାତ୍ରୀ ନା ଅଭିଭାବକ । ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପାଇଁ ଅଧ୍ୟୟନ ଆରମ୍ଭ କରି ଦେଇଥିବାରୁ ପୁଣି ଥରେ ପରୀକ୍ଷା ଦେବା ସପକ୍ଷରେ ନଥିବା କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details