ଓଡିଶା

odisha

ETV Bharat / city

ପିଆଜ ଆଖିରେ ଲୁହ, ଖାଉଟି ଛାତିରେ କୋହ - ବେଲଗାମ ପିଆଜ ଦର

ବେଲଗାମ ପିଆଜ ଦର । ୧୨୦ ଟପିଲା ପିଆଜ ଦର। ଏପରିକି ବଜାରରୁ ପିଆଜ ଏକ ପ୍ରକାର ଗାଏବ ହୋଇଯାଇଛି ।

ONION PRICE
ପିଆଜ ଆଖିରେ ଲୁହ, ଖାଉଟି ଛାତିରେ କୋହ

By

Published : Dec 4, 2019, 10:45 PM IST

କଟକ: ପିଆଜ ଦରରେ ନିଆଁ । ହୁହୁ ପିଆଜ ଦର ବୃଦ୍ଧିକୁ ନେଇ ଟେନସନରେ ଲୋକେ । ହାଣ୍ଡିଶାଳରୁ ପିଆଜ ଗାଏବ ହୋଇଯାଇଥିବା ବେଳେ ଏପଟେ ଦିନକୁ ଦିନ ବଢି ଚାଲିଛି ଦର । ଦୁଇ ଦିନ ତଳେ ଦର 80ରୁ 100 ଟଙ୍କା ଥିବାବେଳେ ଅଚାନକ ପିଆଜ ଦର ବୃଦ୍ଧି ପାଇଛି ।

ପିଆଜ ଆଖିରେ ଲୁହ, ଖାଉଟି ଛାତିରେ କୋହ

ହାଣ୍ଡିଶାଳକୁ ମହଙ୍ଗାମାଡ । ପୁଣି କନ୍ଦେଇଲା ପିଆଜ । ଆଜି ପିଆଜ ଦର 120 ପାର୍ କରିଛି । ଏପଟେ ବେଲଗାମ ଦରକୁ ଦେଖି ଗ୍ରାହକ ମଧ୍ୟ ପିଆଜରୁ ମୁହଁ ଫେରେଇଲେଣି । ଆବଶ୍ୟକ ପଡିଲେ କିଏ ଶହେ ଦୁଇ ଶହ ନେଉଛି ତ କିଏ ପୁଣି ଚଢା ଦର ଦେଖି ଫେରି ଯାଉଛି ।

ବଜାରରୁ ପିଆଜ ଏକ ପ୍ରକାର ଉଭାନ ହୋଇଯାଇଛି । ପ୍ରତ୍ୟେକ ବଜାରକୁ 7ରୁ10 ଟ୍ରକ ଆବଶ୍ୟକ ଥିବା ବେଳେ ଆସୁଛି ମାତ୍ର 40ରୁ 50 ପ୍ୟାକେଟ । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଅନ୍ୟପଟେ ପିଆଜ ଦର କେବଳ ଖାଉଟି ନୁହେଁ ବ୍ୟବସାୟୀଙ୍କ ଚିନ୍ତାକୁ ବଢେଇ ଦେଇଛି । ଆଗକୁ ପିଆଜ ଯଦି ଆମଦାନୀ ନ କରାଯାଏ ଦର ଆହୁରି ଦର ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଆହୁରି ଗୋଟିଏ ମାସ ପର୍ଯ୍ୟନ୍ତ ଏହାର ଦର ଏପରି ଅପରିବର୍ତ୍ତିତ ରହିବ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ କହିଛନ୍ତି ।

ଆଗାମୀ ଦୁଇ ତିନି ମଧ୍ୟରେ ପିଆଜ ଦର ୧୫୦ ଛୁଇଁ ପାରେ ବୋଲି ଅନୁମାନ କରାଯାଉଛି । ଏପରି ପରିସ୍ଥିତିରେ କେବେ ପିଆଜ ଆମଦାନୀ ହେବ, ଦର ହ୍ରାସ ପାଇବ ତାହାକୁ ସମସ୍ତଙ୍କୁ ଅପେକ୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details