କଟକ: ରାଜ୍ୟରେ ପୌର ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗ୍ରହଣ । ଏହାରି ଭିତରେ କଟକ ୫୩ ନମ୍ବର ୱାର୍ଡର ଏକ ବୁଥରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ବୁଥ ଆଗରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣଙ୍କୁ ବାନ୍ଧି ପୋଲିସ ଜିମା ଦେଇଛନ୍ତି ଲୋକେ ।
ବ୍ୟକ୍ତି ଜଣଙ୍କ ଟଙ୍କା ବାଣ୍ଟୁଥିବା ସମୟରେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ ଏକ ନିର୍ଦ୍ଦିଷ୍ଟ ଦଳର ଲୋକ । ମିଳିଥିବା ସୂଚନା ଅନୁଯାୟୀ ସିଏମସି ୫୩ ନମ୍ବର ୱାର୍ଡରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସପକ୍ଷରେ ଭୋଟ ଦେବା ପାଇଁ ଜଣେ ବ୍ୟକ୍ତି ଜଣଙ୍କ ଟଙ୍କା ବାଣ୍ଟୁଥିଲେ । ଏହା ଦେଖି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକମାନେ ତାଙ୍କୁ କାବୁ କରି ମାଡ ମାରିଥିଲେ । ଏହା ପରେ ପୋଲିସକୁ ଜିମା ଦେଇଥିଲେ।