କଟକ: ବଜ୍ରାଘାତରେ ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ତିନିଘରିଆ ଅଞ୍ଚଳରେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ମଧ୍ୟ ସୂଚନା ରହିଛି । ଦୁଇ ମୃତକ ହେଲେ ତିନିଘରିଆ ସାହିର ଟିଟୁଆ ସାସମଲ ଓ ଜେମା ନାମକ ଜଣେ ମହିଳା ।
ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ତିନିଘରିଆ ସାହିର ଟିଟୁଆ ସାସମଲ ଓ ଜେମା ଆମ୍ବ ପାଇଁ ନିକଟରେ ଥିବା ତୋଟାକୁ ଯାଇଥିଲେ । ଏହି ସମୟରେ କାଳବୈଶାଖୀରେ ବିଜୁଳି ସାଙ୍ଗକୁ ଘଡଘଡି ମଧ୍ୟ ମାରିଥିଲା । ଦୁୁହେଁ ଆମ୍ବ ଗଛ ମୂଳେ ଥିବା ବେଳେ ଯୁବକଙ୍କ ନିକଟରେ ଥିବା ମୋବାଇଲ୍ ଫୋନ ଯୋଗୁ ବଜ୍ରାଘାତର ଶିକାର ହୋଇଥିଲେ ଉଭୟ । ଘଟଣାସ୍ଥଳରେ ଟିଟୁଆଙ୍କର ମୃତ୍ୟୁ ହୋଇଥିବାବେଳେ ଉକ୍ତ ମହିଳା ଜଣଙ୍କ ଗୁରୁତର ହୋଇ ମୁର୍ମୁଷୁ ଅବସ୍ଥାରେ ପଡିରହିଥିଲେ ।