ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଜଣେ କୋରୋନା ପଜିଟିଭ
19:31 June 24
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଜଣେ କୋରୋନା ପଜିଟିଭ
କଟକ: ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଆକ୍ରାନ୍ତ ଜଣକ ଜୁନ ୧୯ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆକ୍ରାନ୍ତ ଯୁବକ ଜଣକ ହିଞ୍ଜିଳିକାଟୁର ହୋଇଥିବା ବେଳେ ତାଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ହେଲା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ସମ୍ପୃକ୍ତ ବିଭାଗକୁ ସାନିଟାଇଜ କରାଯାଇଛି। ଅନ୍ୟପଟେ ସମ୍ପୃକ୍ତ ରୋଗୀ ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ