କଟକ: ଦିନକୁ ଦିନ ସହରରେ ବଢିଚାଲିଛି ବେଆଇନ ଭାବେ ବ୍ରାଉନସୁଗାର ବ୍ୟବସାୟ । ଯାହାକୁ ନେଇ କରୁଥିବା ଜଣେ ଯୁବକକୁ ଗିରଫ କରିଛି ମର୍କତନଗର ଥାନା ପୋଲିସ । ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଦିବ୍ୟଜ୍ୟୋତି ସାହୁ । ତାଙ୍କ ଘର ସିଡିଏ ଅଞ୍ଚଳରେ ।
କଟକରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ - ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ
କଟକରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀ ଗିରଫ। ୨୦ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ, ୨ଟି ମୋବାଇଲ ଓ ୫ ହଜାର ୨୮୦ ଟଙ୍କା ଜବତ। ଅଧିକ ପଢନ୍ତୁ...
![କଟକରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ brown sugar selling](https://etvbharatimages.akamaized.net/etvbharat/prod-images/768-512-5736647-thumbnail-3x2-ctc.jpg)
କଟକରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ
ଖବରପାଇ ମର୍କତନଗର ଥାନା ପୋଲିସ ଦିବ୍ୟଜ୍ୟୋତିଙ୍କ ଘରେ ଚଢାଉ କରିଥିଲା । ତାଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ, ୨ଟି ମୋବାଇଲ ଓ ୫ ହଜାର ୨୮୦ ଟଙ୍କା ଜବତ କରିଛି ପୋଲିସ । ଏଥିସହ ତାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ପୋଲିସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ