ଓଡିଶା

odisha

ETV Bharat / city

ଓଲିଉଡକୁ ଲକଡାଉନ ମାଡ: ବେପାର ମାନ୍ଦା, ଚିନ୍ତାରେ ପ୍ରଯୋଜକ - ଓଡିଆ ଫିଲ୍ମ ଓ ଟେଲି ଜଗତ

ମହାମାରୀ ଯୋଗୁଁ ପ୍ରଭାବିତ ଓଡିଆ ସିନେ ଓ ଟେଲି ଜଗତ । ପର୍ବପର୍ବାଣୀ ଛୁଟିକୁ ଆଖିରେ ରଖି ବିନିଯୋଗ ହୋଇଥିଲା କୋଟି କୋଟି ଟଙ୍କା । ଅଧିକ ପଢନ୍ତୁ...

ଓଲିଉଡକୁ ଲକଡାଉନ ମାଡ: ବେପାର ମାନ୍ଦା, ଚିନ୍ତାରେ ପ୍ରଯୋଜକ
ଓଲିଉଡକୁ ଲକଡାଉନ ମାଡ: ବେପାର ମାନ୍ଦା, ଚିନ୍ତାରେ ପ୍ରଯୋଜକ

By

Published : May 2, 2020, 8:54 PM IST

କଟକ: ଆସୁଛି ଖରାଛୁଟି । ତାପରେ ରଜ ଆଉ ରଥଯାତ୍ରା । ଲାଗିବ ଦର୍ଶକଙ୍କ ଭିଡ । ଜମିବ ବେପାର । ସେଥିପାଇଁ ସବୁବେଳେ ଚାଲିଥାଏ ଆଗୁଆ ପ୍ରସ୍ତୁତି । ଫିଲ୍ମ ଓ ସିରିଏଲର ସୁଟିଂ । ଆଡଭାନ୍ସ ହଲ ବୁକିଂ କରିଥାନ୍ତି ଫିଲ୍ମ ବିତରକ ।

ଓଲିଉଡକୁ ଲକଡାଉନ ମାଡ: ବେପାର ମାନ୍ଦା, ଚିନ୍ତାରେ ପ୍ରଯୋଜକ

କିନ୍ତୁ ଏଥର ନାହିଁ ସେ ଉତ୍ସାହ କି ଆଗୁଆ ବୁକିଂ । କାରଣ ବାଧା ସାଜିଛି କୋରୋନା ଓ ଲକଡାଉନ । ମହାମାରୀ ଯୋଗୁଁ ପ୍ରଭାବିତ ଓଡିଆ ସିନେ ଓ ଟେଲି ଜଗତ । ପର୍ବପର୍ବାଣୀ ଛୁଟିକୁ ଆଖିରେ ରଖି ବିନିଯୋଗ ହୋଇଥିଲା କୋଟି କୋଟି ଟଙ୍କା । ଚାଲିଥିଲା ନୂଆ ଫିଲ୍ମ ଓ ସିରିଏଲର ସୁଟିଂ । ହେଲେ ଲକଡାଉନ ଯୋଗୁଁ ଅଧାରୁ ସୁଟିଂ ବନ୍ଦ । ଘରେ ବସି ରହିଲେ କଳାକାର । ବେରୋଜଗାର ହେଲେ ସ୍ପଟବୟ । ମୁଣ୍ଡରେ ହାତ ଦେଇ ବସିଛନ୍ତି ନିର୍ଦ୍ଦେଶକ । ଚିନ୍ତାରେ ପ୍ରଯୋଜକ ।

ସେପଟେ କଟକ ଫିଲ୍ମ ହଲ ମାଲିକଙ୍କ ମୁଣ୍ଡରେ ଚଡକ । ଘାରିଛି ବ୍ୟବସାୟ ଚିନ୍ତା । ହଲ ବନ୍ଦ ଯୋଗୁଁ କର୍ମଚାରୀଙ୍କୁ ବେତନ ଦେବା ଅସମ୍ଭବ । ମାର୍ଚ୍ଚରେ ବେପାର ହୋଇନଥିବାରୁ ଏପ୍ରିଲକୁ ଥିଲା ଆଶା । ହେଲେ କୋରୋନା ମାଡରେ ସବୁ ହୋଇଗଲା ଛାରଖାର । ଆଗାମୀ 6ରୁ 7 ମାସ ଯାଏଁ ପରିସ୍ଥିତି ସୁଧୁରିବା ଆଶା ନାହିଁ । ଏବର୍ଷ ହଲ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ନିଶ୍ଚିତ ବୋଲି ଅନେକ କରିଛନ୍ତି ଆଶଙ୍କା । ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ପଡିଛନ୍ତି ହଲ ମାଲିକ ଓ କର୍ମଚାରୀ ।

କୋରୋନା ଯୋଗୁଁ ବିଗିଡିଯାଇଛି ଦେଶରେ ଆର୍ଥିକ ସ୍ଥିତି । ବଲିଉଡଠୁ ନେଇ ଓଲିଉଡ ସବୁ ପ୍ରଭାବିତ । ସ୍ପଟ ବଏଟୁ ଆରମ୍ଭ କରି କଳାକାର ପର୍ଯ୍ୟନ୍ତ ସମସ୍ତେ କ୍ଷତିଗ୍ରସ୍ତ । ଆଶା କେବେ ଖୋଲିବ ଲକଡାଉନ, ସୁଧୁରିବ ପରିସ୍ଥିତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details