ଓଡିଶା

odisha

ETV Bharat / city

କେନ୍ଦ୍ରାପଡାରେ କଇଁଛଙ୍କ ସୁରକ୍ଷା, ଭିସି ଯୋଗେ ହାଇକୋର୍ଟରେ ଏସପି ହାଜର - ହାଇକୋର୍ଟରେ ହାଜର ହେଲେ କେନ୍ଦ୍ରାପଡା ଏସପି

କେନ୍ଦ୍ରାପଡାରେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭିସି ଯୋଗେ ହାଇକୋର୍ଟରେ ହାଜର ହେଲେ କେନ୍ଦ୍ରାପଡା ଏସପି । ଅଧିକ ପଢନ୍ତୁ....

କେନ୍ଦ୍ରାପଡାରେ କଇଁଛଙ୍କ ସୁରକ୍ଷା, ଭିସି ଯୋଗେ ହାଇକୋର୍ଟରେ ଏସପି ହାଜର
କେନ୍ଦ୍ରାପଡାରେ କଇଁଛଙ୍କ ସୁରକ୍ଷା, ଭିସି ଯୋଗେ ହାଇକୋର୍ଟରେ ଏସପି ହାଜର

By

Published : Apr 27, 2021, 11:03 PM IST

କଟକ: କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଓଡିଶା ହାଇକୋର୍ଟଙ୍କ ନିକଟରେ କେନ୍ଦ୍ରାପଡା ଏସପି ଭିଡ଼ିଓ କନଫରେନ୍ସିରେ ହାଜର ହୋଇ ଜବାବ ରଖିଛନ୍ତି । ଗତ ମାର୍ଚ୍ଚ ୧୫ ତାରିଖରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଫରେଷ୍ଟ ବୋଟକୁ ଆକ୍ରମଣ କରିଥିଲେ ବେଆଇନ ମତ୍ସ୍ୟଜୀବୀ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଟ୍ରଲର ମାଲିକ ଗିରଫ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ହାଇକୋର୍ଟ ।

ଭିଡ଼ିଓ କନଫରେନ୍ସିରେ ହାଜର ହୋଇ ମାମଲାର ତଦନ୍ତ ଜାରି ରହିଥିବା କୋର୍ଟଙ୍କୁ ଅବଗତ କରିଛନ୍ତି କେନ୍ଦ୍ରାପଡା ଏସପି । ବେଆଇନ ମାଛଧରା ଟ୍ରଲର ଥିବା ସମ୍ପୃକ୍ତ ପରିବାର ସଦସ୍ୟଙ୍କ ନାମରେ ୨୦୧୧ ରୁ ୨୦୨୧ ମଧ୍ୟରେ ରହିଛି ଏଭଳି ୧୨ ଟି ମାମଲା । ତେବେ ମାମଲାଗୁଡିକର ପ୍ରୋସିଡିଙ୍ଗ ଧିମା ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ । କେସଗୁଡିକର ଷ୍ଟାଟ୍ସ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ ତାରିଖକୁ ଧାର୍ଯ୍ୟ ହୋଇଛି । କେନ୍ଦ୍ରାପଡା ଏସପି ତା ପୂର୍ବରୁ ହାଇକୋର୍ଟରେ ଏହି ସତ୍ୟପାଠ ଦାଖଲ କରିବେ ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧୫ ରେ ଗହୀରମଥାରେ ପାଟ୍ରୋଲିଂ କରୁ ଥିବାବେଳେ ଫରେଷ୍ଟ ବୋଟକୁ ଆକ୍ରମଣ ହୋଇଥିଲା । ଘଟଣାରେ ତାଳଚୁଆ ମେରାଇନ ଥାନା ୧୧ ଜଣଙ୍କୁ ଗିରଫ କରିଥିବା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଜଣାଇଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ମାଖନ ମଣ୍ଡଳ ଗିରଫ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ଅଲିଭ ରିଡ଼ଲେ ସୁରକ୍ଷା ପ୍ରସଙ୍ଗରେ ପୂର୍ବରୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପରେ ହାଇକୋର୍ଟଙ୍କ ନିଯୁକ୍ତ ତିନି ଜଣିଆ କମିଟି ରିପୋର୍ଟ ଦାଖଲ କରିଥିଲା। କମିଟିର ରିପୋର୍ଟକୁ ହାଇକୋର୍ଟ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଦେବୀ ମୁହାଣରେ ମାଛ ଧରାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଗହୀରମଥା ଉପକୂଳର ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ମେରାଇନ ଥାନା ଏହା ଲାଗୁ କରିବାକୁ ନିର୍ଦ୍ଦେଶ ରହିଥିଲା। ହାଇକୋର୍ଟଙ୍କ ନିଯୁକ୍ତ କମିଟିରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବାଙ୍ଗାଲୋରର ଇକୋଲୋଜିଷ୍ଟ କାର୍ତ୍ତିକ ଶଙ୍କର ଓ ଅମିକସ କ୍ୟୁରୀ ମୋହିତ ଅଗ୍ରୱାଲ ଅଛନ୍ତି । କମିଟି ପୂର୍ବରୁ ଗହୀର ମଥା ଯାଇ ଟ୍ରଲର ଆସୋସିଏସନ ସହ ଆଲୋଚନା କରିଥିଲେ। ଏହି ଟିମ ଗହୀରମଥା ଓ ଭିତରକନିକାରେ ଅନୁଧ୍ୟାନ କରିଥିଲେ। ଏହାସହ ଋଷିକୂଲ୍ୟା ଯାଇ ସେଠାରେ ମଧ୍ୟ ସ୍ଥିତି ପରଖିଥିଲେ । ଓଡିଶାକୁ ଆସୁଥିବା ଏହି ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ କଣ ସମସ୍ୟା ହେଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମନ। ତେବେ ହାଇକୋର୍ଟ ନିଜଆଡୁ ଏହି ମାଲମଲା ରୁଜୁ କରିଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details