ଓଡିଶା

odisha

ETV Bharat / city

ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, Indian Oil ଡିପୋରୁ ଆଜି ତୈଳ ପରିବହନ ବନ୍ଦ - ଇଣ୍ଡିଆନ ଅଏଲ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା

ଆଜିଠାରୁ(ଶନିବାର) ଇଣ୍ଡିଆନ ଅଏଲ ଡିପୋରୁ ତୈଳ ପରିବହନ ବନ୍ଦ ଡାକରା ଦେଲା ଅଲ୍‌ ଓଡ଼ିଶା ତୈଳ ଟ୍ୟାଙ୍କର ସଂଘ । ଅଧିକ ପଢ଼ନ୍ତୁ

ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଇଣ୍ଡିଆନ ଅଏଲ ଡିପୋରୁ ତୈଳ ପରିବହନ ବନ୍ଦ
ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଇଣ୍ଡିଆନ ଅଏଲ ଡିପୋରୁ ତୈଳ ପରିବହନ ବନ୍ଦ

By

Published : Dec 11, 2021, 7:15 AM IST

କଟକ: ଆଜି ଠାରୁ(ଶନିବାର) ଇଣ୍ଡିଆନ ଅଏଲ ଡିପୋରୁ ତୈଳ ପରିବହନ ବନ୍ଦ ଡାକରା ଦେଲା ଅଲ୍‌ ଓଡ଼ିଶା ତୈଳ ଟ୍ୟାଙ୍କର ସଂଘ । ରାଜ୍ୟର ପ୍ରମୁଖ 4ଟି ଡିପୋ ଯଥା ଜଟଣୀ, ବାଲେଶ୍ଵର, ପାରାଦ୍ବୀପ ଓ ଝାରସୁଗୁଡାରୁ ତୈଳ ପରିବହନ ବନ୍ଦ ରହିବ । ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ମନମୁଖୀ ପରିଚାଳନା ଅଭିଯୋଗରେ ଯୋଗୁ ଏଭଳି ନିଷ୍ପତ୍ତି ନେଇଛି ସଂଘ । ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛିନ୍ତି ସଙ୍ଘ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମହାନ୍ତି।

ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଇଣ୍ଡିଆନ ଅଏଲ ଡିପୋରୁ ତୈଳ ପରିବହନ ବନ୍ଦ
ଓଡ଼ିଶାରେ ଇଣ୍ଡିଆନ ଅଏଲ ତୈଳ କମ୍ପାନୀ ଦ୍ୱାରା ପରିବହନ ଓ ଯୋଗାଣ ପାଇଁ ତେଲ ଟାଙ୍କି ଗାଡ଼ିର ନିୟୋଜିତ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ରହିଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଏହି ପ୍ରତିବାଦରେ ମଞ୍ଜି ବୁଣିଲା ଓଡ଼ିଶା ଟ୍ୟାଙ୍କ ଟ୍ରକ ମାଲିକ ସଂଘ । ଇଣ୍ଡିଆନ ଅଏଲ ଡିପୋରୁ ତୈଳ ପରିବହନ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଆଗାମୀ ଦିନରେ ଅଭିଯୋଗ ଆଧାରରେ ପଦକ୍ଷେପ ନ ନିଆଗଲେ ଇଣ୍ଡିଆନ ଅଏଲ୍‌ର ତେଲ ସବୁ ଦିନ ପାଇଁ ପରିବହନ ହେବନି ବୋଲି ସ୍ପଷ୍ଟ କରିଛି ସଂଘ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details