ଓଡିଶା

odisha

ETV Bharat / city

ପରିମଳରେ ଫେଲ ସିଟି ମେଡିକାଲ, ରିପୋର୍ଟ ଦେଲା ଓଏଚଆରସି - ohrc team visit city medica

କଟକ ସିଟି ମେଡିକାଲର ସ୍ଥିତି ପରଖିବା ପାଇଁ ଓଡିଶା ମାନବ ଅଧିକାର ଆୟୋଗର ଅଚାନକ ଗସ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 25, 2019, 5:45 PM IST

କଟକ: ଓଡିଶା ମାନବ ଅଧିକାର ଆୟୋଗର ଅଚାନକ ସିଟି ମେଡିକାଲ ଗସ୍ତ । ମେଡିକାଲର ସ୍ଥିତି ପରଖିବା ନେଇ ବୁଧବାର ଓଏଚଆରସି ଟିମ୍ କଟକ ସିଟି ମେଡିକାଲରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁଯାୀୟୀ, କେମିତି ରହିଛି ମେଡିକାଲ ସ୍ଥିତି, ରୋଗୀ ସେବା ସୂଚାର ଢ଼ଙ୍ଗରେ ହେଉଛି କି ନାହିଁ ଓ ଡ଼ାକ୍ତର ସଂଖ୍ୟା ଅଭାବ ରହିଛି କି ନାହିଁ ଏଭଳି ତମାମ ପ୍ରସଙ୍ଗକୁ ପରଖିବା ନେଇ ବୁଧବାର କଟକ ସିଟି ମେଡିକାଲରେ ପହଞ୍ଚିଥିଲା ଓଏଚଆରସି ଟିମ । ଏହାପରେ ଆୟୋଗର ଚେୟାରପର୍ସନ ଜଷ୍ଟିସ ବିପି ଦାସ ଓ ସଦସ୍ୟମାନେ ଏହି ପ୍ରସଙ୍ଗ ଉପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ତେବେ ଵର୍ତ୍ତମାନ ମାନବ ସମ୍ବଳ ଓ ପରିମଳ ଦିଗରେ ସିଟି ମେଡିକାଲ ପଛରେ ରହିଛି । ମେଡିକାଲର ସ୍ଥିତି ପରଖାଯାଇ ଏହି ଗସ୍ତର ଏକ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଆୟୋଗ ଚେୟାରପର୍ସନ ବିପି ଦାସ । ଏହା ପୂର୍ବରୁ ଅନେକ ଜିଲ୍ଲାର କାରଗାର ଓ ସଦର ମହକୁମା ମେଡିକାଲ ଗସ୍ତ କରି ରିପୋର୍ଟ ପ୍ରଦାନ କରିଛି ଆୟୋଗ ।


କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details