ଓଡିଶା

odisha

ETV Bharat / city

ଓଟିଏମ ମାମଲା ଶୁଣାଣି, ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇକୋର୍ଟରେ ଓଟିଏମ ମାମଲାର ଶୁଣାଣି । ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରେ ଓଟିଏମ ପ୍ରସଙ୍ଗ, ଚାଟାର୍ଡ ଆକାଉଣ୍ଟଟଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ
ହାଇକୋର୍ଟରେ ଓଟିଏମ ପ୍ରସଙ୍ଗ, ଚାଟାର୍ଡ ଆକାଉଣ୍ଟଟଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ

By

Published : Aug 2, 2022, 5:25 PM IST

Updated : Aug 2, 2022, 7:26 PM IST

କଟକ:ହାଇକୋର୍ଟରେ ଆଜି(ମଙ୍ଗଳବାର) ଓଟିଏମ(Odisha Textile Mills) ପୁନଃରୁଦ୍ଧାର ମାମଲାର ଶୁଣାଣୀ ହୋଇଛି । ଏହାର ଶୁଣାଣୀ କରି କୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ(CA) ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ପାନୀର କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି ଓ ତାହାର ହିସାବ ଚାଟାର୍ଡ ଆକାଉଣ୍ଟଟାଣ୍ଟ କରିବେ । ଏଥିପାଇଁ CA ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହିତ ଓଟିଏମ ପାଇଁ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଛନ୍ତି । ସେହିପରି ଇଡକୋ ମଧ୍ୟ ୫ କୋଟି ଟଙ୍କା ଡିପୋଜିଟ କରିଛି ।

ଓଟିଏମ ମାମଲା ଶୁଣାଣି, ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କେବଳ ସେତିକି ନୁହେଁ, ଗୋଟିଏ ମିଟରରେ ୯୦ଟି କ୍ବାର୍ଟରରେ ବିଦ୍ୟୁତ ସଂଯୋଗ ହୋଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏନେଇ ମଧ୍ୟ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ କ୍ବାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରାଯିବ । କ୍ବାର୍ଟର କର୍ମଚାରୀମାନେ ଏନେଇ ଅଫିସିଆଲ ଲିକିଉଡେଟରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟ ସରକାର ଓଟିଏମ ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ପ୍ରାୟ ୫୨୧ ଏକର ଜମିରେ ସରକାର ଏକ ନୂତନ ପ୍ଲାଣ୍ଟ ନିର୍ମାଣ କରିପାରନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଓଟିଏମକୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ଆବେଦନ କରିଥିଲେ । ଆସନ୍ତା ୬ ସପ୍ତାହ ପରେ ଏହି ମାମଲର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

Last Updated : Aug 2, 2022, 7:26 PM IST

ABOUT THE AUTHOR

...view details