ଓଡିଶା

odisha

ETV Bharat / city

୬ଜଣଙ୍କୁ ସମ୍ବର୍ଦ୍ଧିତ କଲା ରାଜ୍ୟ ଆଇନସେବା ପ୍ରାଧିକରଣ - ରାଜ୍ୟ ଆଇନସେବା ପ୍ରାଧିକରଣ

ସ୍ବାଧୀନତା ଦିବସ ଅବସରରେ ୬ଜଣଙ୍କୁ ସମର୍ଦ୍ଧିତ କଲା ରାଜ୍ୟ ଆଇନସେବା ପ୍ରାଧିକରଣ । କୋଭିଡ ଯୋଦ୍ଧା ଭାବେ କରାଗଲା ସମ୍ମାନୀତ । ଅଧିକ ପଢନ୍ତୁ....

odisha state legal services authority felicitated 6 corona worries in cuttack
ସ୍ବାଧୀନତା ଦିବସ ଅବସରରେ ୬ଜଣଙ୍କୁ ସମର୍ଦ୍ଧିତ କଲା ରାଜ୍ୟ ଆଇନସେବା ପ୍ରାଧିକରଣ

By

Published : Aug 15, 2020, 1:57 PM IST

କଟକ: ୭୪ ତମ ସ୍ବାଧୀନତା ଦିବସ ଅବସରରେ ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁପଣ୍ଡା ପତାକା ଉତ୍ତୋଳନ କରିଛନ୍ତି । ଏଥିସହ ରାଜ୍ୟର କୋଭିଡ ଯୋଦ୍ଧା ଭାବେ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବିଭାଗର ଅଧିକ୍ଷକ ଡାକ୍ତର ଅନ୍ନଦା ପଟ୍ଟନାୟକ, ରିମଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ବିଦ୍ୟୁତ ଦାସ ଓ ଯକ୍ଷ୍ମା ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ମନରଞ୍ଜନ ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇଛି ।

ସ୍ବାଧୀନତା ଦିବସ ଅବସରରେ ୬ଜଣଙ୍କୁ ସମର୍ଦ୍ଧିତ କଲା ରାଜ୍ୟ ଆଇନସେବା ପ୍ରାଧିକରଣ

ଏହାସହ ବାୟୋକେମେଷ୍ଟ୍ରି ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ରୋମା ରତନ , ଓଡିଶା ଅଗ୍ନିଶମ ସେବାର ମୁଖ୍ୟ ଅଗ୍ନିସେବା ଅଧିକାରୀ ମହେଶ୍ବର ସ୍ବାଇଁ ଓ ସିଏମସି କମିଶନରଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ଏହା ଦ୍ବାରା ସେମାନଙ୍କ ମନ ବଳ ବୃଦ୍ଧି ହେବ ବୋଲି ଆଇନସେବା ପ୍ରାଧିକରଣର ସଦସ୍ୟ ସଚିବ ମିନାକ୍ଷୀ ଦାସ କହିଛନ୍ତି। ଏହିଭଳି କାର୍ଯ୍ୟକ୍ରମ ଆଗକୁ ଆହୁରି କରାଯିବ ବୋଲି ସେ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details