କଟକ :ଓଡିଶା ପୋଲିସକୁ ସର୍ବ ଭାରତୀୟସ୍ତରେ ମିଳିଲା ଆଉ ଏକ ସଫଳତା । ଇଣ୍ଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ(Inter operable Criminal Justice System) ପ୍ରକଳ୍ପ କାର୍ଯ୍ୟକାରୀତା କ୍ଷେତ୍ରରେ ଓଡିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।
Awards for ICJS project: ସର୍ବଭାରତୀୟ ସ୍ତରରେ ଓଡିଶା ପୋଲିସ ପ୍ରଥମ ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଯୁଗ୍ମ ଭାବେ ଉତ୍ତର ପ୍ରଦେଶ ଓ ଛତିଶଗଡ ଥିବା ବେଳେ ତୃତୀୟ ସ୍ଥାନରେ ରହିଛି ମଧ୍ୟ ପ୍ରଦେଶ ।
ଏନେଇ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ପକ୍ଷରୁ ଘୋଷଣା ହୋଇଛି ।
ଏହି ସଫଳତା ଜଣାପଡିବା ପରେ State Crime Records Bureau (SCRB) ଓ ରାଜ୍ୟ ଫୋରେନସିକ ସାଇନ୍ସ ଲାବୋରେଟୋରୀ (State Forensic Science Laboratory) କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହାସହ ନିଜ ଖୁସି ବ୍ୟକ୍ତ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ