କଟକ:ସିଲ୍ଭର୍ ସିଟିରେ ରାଜ୍ୟ ଅଲମ୍ପିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ 2021-22 କ୍ରୀଡ଼ା ବର୍ଷ ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ କରିଛି ରାଜ୍ୟ ଅଲମ୍ପିକ ସଂଘ । ଏହାସହ ଆଗମୀ ବର୍ଷ ପ୍ରାରମ୍ଭରୁ ଏକ ରାଜ୍ୟସ୍ତରୀୟ କ୍ରୀଡ଼ା ଆୟୋଜନ ହେବ । ଉଭୟ ରାଜ୍ୟ ଅଲମ୍ପିକ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ସମ୍ମନ୍ବୟରେ ଆୟୋଜନ କରାଯିବ । ଅଲମ୍ପିକରେ ଖେଳାଯାଉଥିବା ସମସ୍ତ ପ୍ରକାର କ୍ରୀଡ଼ାକୁ ନେଇ ହେବ ଏହି ବଡ଼ ପ୍ରତିଯୋଗିତା ।
ରାଜ୍ୟସ୍ତରୀୟ କ୍ରୀଡ଼ା ଆୟୋଜନ କରିବ ଅଲମ୍ପିକ ସଂଘ - Annual General meeting of Odisha Olympic Association
ସିଲ୍ଭର୍ ସିଟିରେ ରାଜ୍ୟ ଅଲମ୍ପିକ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ 2021-22 କ୍ରୀଡ଼ା ବର୍ଷ ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ କରିଛି ରାଜ୍ୟ ଅଲମ୍ପିକ ସଂଘ । ଅଧିକ ପଢ଼ନ୍ତୁ...
ଟ୍ବିନ୍ ସିଟିରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ୍ରେ ସମସ୍ତ ମ୍ୟାଚ୍ । ତେବେ ଏହାକୁ ନେଇ ଏକ କମିଟି ଗଠନ ହୋଇଛି । କିପରି ଟୁର୍ଣ୍ଣାମେଣ୍ଟର ପରିଚାଳନା ହେବ ସେନେଇ ଆଶୀର୍ବାଦ ବେହେରାଙ୍କୁ କମିଟି ମୁଖ୍ୟ ଦାୟିତ୍ୱ ଦିଆଯାଇଛି । ଏହାକୁ ନେଇ ସାଧାରଣ ପରିଷଦ ବୈଠକ ପରେ ପରେ ସୂଚନା ଦେଇଛନ୍ତି ରାଜ୍ୟ ଅଲମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ୍ ।
ବୈଠକରେ ରାଜ୍ୟ ଆଥଲେଟିକ ସଂଘ ମଧ୍ୟ ଆଗାମୀ ବର୍ଷ ପାଇଁ ଭିଜନ ପ୍ରସ୍ତୁତ କରିଛି । ଚୟନ ଆଧାରରେ ୧୪ ଓ ୧୬ ବର୍ଷ ବୟସ ବର୍ଗର ସମୁଦାୟ ୨୦୦ କ୍ରୀଡ଼ାବିତ୍ଙ୍କୁ ବାରବାଟୀ ଷ୍ଟାଡିୟମ୍ରେ ରଖାଯିବ । ସେଠାରେ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ତା କରାଯିବ । ସେମାନଙ୍କ ପାଠପଢ଼ା, ଖାଇବା, ରହିବା ବ୍ୟବସ୍ଥା ଷ୍ଟାଡିୟମରେ କରାଯିବ । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ଆଥ୍ଲେଟିକ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିିଭି ଭାରତ