ଓଡିଶା

odisha

ETV Bharat / city

15ରୁ ସ୍ବାଭାବିକ ହେବ ହାଇକୋର୍ଟ କାର୍ଯ୍ୟ, ସାନି ନୋଟିସ ଜାରି - କଟକ ଖବର

ଆସନ୍ତା ୧୫ ତାରିଖରୁ ସ୍ଵାଭାବିକ ହେବ କୋର୍ଟ କାର୍ଯ୍ୟ । ଭର୍ଚୁଆଲ ପରିବର୍ତ୍ତେ ସିଧାସଳଖ ଅଦାଲତ କାର୍ଯ୍ୟ ହେବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଅଧିକ ପଢ଼ନ୍ତୁ...

odisha high court work will normalize from february 15
15ରୁ ସ୍ବାଭାବିକ ହେବ ହାଇକୋର୍ଟ କାର୍ଯ୍ୟ, ସାନି ନୋଟିସ ଜାରି

By

Published : Feb 11, 2021, 10:51 PM IST

କଟକ:ଆସନ୍ତା ୧୫ ତାରିଖରୁ ସ୍ଵାଭାବିକ ହେବ କୋର୍ଟ କାର୍ଯ୍ୟ । ଭର୍ଚୁଆଲ ପରିବର୍ତ୍ତେ ସିଧାସଳଖ ଅଦାଲତ କାର୍ଯ୍ୟ ହେବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉଭୟ ଭର୍ଚୁଆଲ ଓ ଫିଜିକାଲ କୋର୍ଟ କାର୍ଯ୍ୟ ପରିଚାଳନା ହେବା ନେଇ ଆଜି(ଗୁରିବାର) ସାନି ବିଜ୍ଞପ୍ତି ପ୍ରକାଶ ପାଇଛି ।

15ରୁ ସ୍ବାଭାବିକ ହେବ ହାଇକୋର୍ଟ କାର୍ଯ୍ୟ, ସାନି ନୋଟିସ ଜାରି

ଆସନ୍ତା ୧୫ ତାରିଖରୁ ଉଭୟ ଫିଜିକାଲ କୋର୍ଟ ଓ ଭରଚୁଆଲ କୋର୍ଟ କାର୍ଯ୍ୟ ପରିଚାଳନା ହେବାକୁ ଥିବା ବେଳେ ଏଥିପାଇଁ ଏସଓପି ଜାରି କରିଛନ୍ତି ହାଇକୋର୍ଟ। କୋର୍ଟ ପରିସରେ ଜନ ଗହଳିକୁ ସବୁବେଳେ ବାରଣ କରାଯିବ। କୋର୍ଟ ଗୃହ ନିୟମିତ ବିଶୋଧନ କରାଯିବ। କୋର୍ଟ ରୁମରେ ୪ ଜଣରୁ ଊର୍ଦ୍ଧ୍ବ ଓକିଲ ବା ମହକିଲ ଏକତ୍ରିତ ହେବେ ନାହିଁ।

15ରୁ ସ୍ବାଭାବିକ ହେବ ହାଇକୋର୍ଟ କାର୍ଯ୍ୟ, ସାନି ନୋଟିସ ଜାରି

ଆଇନଜୀବୀଙ୍କ କ୍ଳର୍କ ପ୍ରବେଶ ଉପରେ କଟକଣା ଲାଗିବ। ସେହିଭଳି ଅଧିକ ଓଜନର ଫାଇଲ ନେବାପାଇଁ ସେମାନଙ୍କୁ ନିୟୋଜିତ କରିବାକୁ ଅନୁରୋଧ କରାଯାଇଛି। କୋର୍ଟ ରୁମ ମଧ୍ୟରେ କୌଣସି ପ୍ରକାର ସମାଗମକୁ ବାରଣ କରାଯାଇଛି। କେବଳ ମାମଲା ପରିଚାଳନା ପାଇଁ କୋର୍ଟ ରୁମ ପରିସରରେ ପ୍ରବେଶ ଅନୁମତି ଦିଆଯାଇଛି।

ଶୁଣାଣି ସରିବା ପରେ ତୁରନ୍ତ ପ୍ରସ୍ଥାନ ପାଇଁ ଏସଓପିରେ ପରାମର୍ଶ ଦିଆଯାଇଛି। ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି ଆଇନଜୀବୀଙ୍କ ବସିବାର ବ୍ୟବସ୍ଥା କରାଯିବ। କୋର୍ଟ ପରିସରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସବୁ ସମୟରେ ମାସ୍କ ପିନ୍ଧିବା ଏସଓପିରେ ବାଧ୍ୟତାମୂଳକ କରାଯାଇଛି। କୋରୋନା ସଂକ୍ରମଣକୁ ରୋକିବାକୁ ହାଇକୋର୍ଟଙ୍କ ପକ୍ଷରୁ ଏହି ଏସଓପି ଜାରି ହୋଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details