ଓଡିଶା

odisha

ETV Bharat / city

ଚିଲିକା ମଙ୍ଗଳାଯୋଡି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଲାଗି ହାଇକୋର୍ଟରେ ଜନସ୍ବାର୍ଥ ମାମଲା - ମଟର ବୋଟ ଚାଲିବା ନେଇ ଜନସ୍ବାର୍ଥ ମାମଲା

ଚିଲିକାର ମଙ୍ଗଳାଯୋଡିରେ ମୋଟର ବୋଟ ଚାଲୁଥିବା କାରଣରୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିବା ନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଓଡିଶା ହାଇକୋର୍ଟ ।ଅଧିକ ପଢନ୍ତୁ

odisha high court taken a public interest litigation  mangalajodi bird issue
ଚିଲିକା ମଙ୍ଗଳାଯୋଡି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଲାଗି ହାଇକୋର୍ଟରେ ଜନସ୍ବାର୍ଥ ମାମଲା

By

Published : Feb 8, 2022, 7:42 PM IST

କଟକ: ଚିଲିକାର ମଙ୍ଗଳାଯୋଡିରେ ମୋଟର ବୋଟ ଚାଲୁଥିବା କାରଣରୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିବା ନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଓଡିଶା ହାଇକୋର୍ଟ । ତେବେ ଏହି ମାମଲାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁକ୍ରବାର ହେବାକୁ ଥିବା ଶୁଣାଣି ସମୟରେ ଭର୍ଚ୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ ।

ତେବେ ମୋଟର ବୋଟ ଚଳାଇବା ପାଇଁ କିଏ ଓ କେବେ ଠାରୁ ଅନୁମତି ଦେଇଛି ବୋଲି ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିଭଳି ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ଡିଏଫଓ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ମଙ୍ଗଳାଯୋଡି ଅଞ୍ଚଳରେ ଏଭଳି ମୋଟର ବୋଟ ଚଳାଇ ମାଛ ଧରା ଯାଉଥିବାରୁ ବୋଟର ଶବ୍ଦ ଯୋଗୁଁ ପକ୍ଷୀ ଫେରି ଯାଉଥିବା ମାମଲାରେ ଦର୍ଶାଯାଇଛି ।

ଚିଲିକା ମଙ୍ଗଳାଯୋଡି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଲାଗି ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦିବାକର ବେହେରା ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦେଇଥିଲେ । ମଙ୍ଗଳାଯୋଡି ଜଳରାଶିରେ ମୋଟର ବୋଟ ଚଳପ୍ରଚଳକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଏଥିରେ ପ୍ରାର୍ଥନା କରାଯାଇଛି । ମଙ୍ଗଳାଯୋଡି ଅଞ୍ଚଳକୁ ଶାନ୍ତିପୂର୍ଣ୍ଣ ଜୋନ ଭାବେ ଘୋଷଣା କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ଷ୍ଟେଟ ଗେଷ୍ଟ ବା ରାଜ୍ୟ ଅତିଥି ଭାବେ ଘୋଷଣା କରିବାକୁ ପ୍ରାର୍ଥନା କରାଯାଇଛି ।

ସେହିଭଳି ବେଆଇନ ଭାବେ ଚାଲୁଥିବା ମୋଟର ବୋଟ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି । ମାମଲାରେ ଦର୍ଶାଯାଇଛି ଯେ, ହିମାଳୟ ଅଞ୍ଚଳ ସମେତ ସାଇବେରିଆ, କାଶପିଆନ ସାଗର ଅଞ୍ଚଳ, ବାଇକାଲ ହ୍ରଦ, କାଜଖ ଭଳି ଅଞ୍ଚଳରୁ ଏହି ପକ୍ଷୀମାନେ ଅତ୍ୟଧିକ ଶୀତକୁ ସହି ନପାରି ଓଡିଶାର ଚିଲିକା ହ୍ରଦକୁ ଚାଲି ଆସିଥାନ୍ତି। ଗତବର୍ଷ ଚିଲିକାରେ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ ଟି ପକ୍ଷୀ ଆସିଥିବାର ଗଣନାରେ ଜଣା ପଡିଥିଲା ।

ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଦ୍ରଭୂମି ଯୋଗୁଁ ମଙ୍ଗଳାଯୋଡି ଅଞ୍ଚଳକୁ ବାଛିଥାନ୍ତି। ଏଣୁ ଏହି ପକ୍ଷୀଙ୍କର ସୁରକ୍ଷା ଯୋଗାଇ ଦେବା ସହ ମଙ୍ଗଳାଯୋଡି ଅଞ୍ଚଳକୁ ପକ୍ଷୀ ଅଭୟାରଣ୍ୟ ଭାବେ ଘୋଷଣା କରିବାକୁ ଆବେଦନରେ ପାର୍ଥନା କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details