ଓଡିଶା

odisha

ETV Bharat / city

Odisha High Court: ରେକର୍ଡ ରୁମ ହେଉଛି Digitization, ବାହାରିଲା ଦୁଇ ଶହ ବର୍ଷର ନଥି - two hundred years old data storage in odisha high court

ଓଡ଼ିଶା ହାଇକୋର୍ଟର ରେକର୍ଡ ରୁମରେ ରହିଛି ପ୍ରାୟ 2 ଶହ ବର୍ଷ ତଳର ନଥି । ବ୍ରିଟିଶ ଅମଳର ଅଦାଲତି ରେକର୍ଡ ଗୁଡ଼ିକ ଏବେବି ସମ୍ପୂର୍ଣ ଅକ୍ଷତ ଅବସ୍ଥାରେ ରହିଛି । ଅଧିକ ପଢନ୍ତୁ

Odisha high court record room digitization
Odisha High Court: ରେକର୍ଡ ରୁମ ହେଉଛି Digitization, ବାହାରିଲା ଦୁଇ ଶହ ବର୍ଷର ନଥି

By

Published : Dec 4, 2021, 9:24 PM IST

Updated : Dec 5, 2021, 3:52 PM IST

କଟକ:ଓଡିଶା ହାଇକୋର୍ଟ ରେକର୍ଡ ରୁମରେ ରହିଛି ପ୍ରାୟ ଦୁଇ ଶହ ବର୍ଷ ତଳର ନଥି । ସମସ୍ତ ନଥିକୁ ଡିଜିଟାଇଜେସନ କରାଯାଉଛି । ବ୍ରିଟିଶ ଅମଳର ଅଦାଲତି ରେକର୍ଡ ଗୁଡ଼ିକ ଏବେବି ସମ୍ପୂର୍ଣ ଅକ୍ଷତ ଅବସ୍ଥାରେ ରହିଛି ।

Odisha High Court: ରେକର୍ଡ ରୁମ ହେଉଛି Digitization, ବାହାରିଲା ଦୁଇ ଶହ ବର୍ଷର ନଥି

ଆଇନ୍ ଅଦାଲତକୁ ପେପର ଲେସ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ପରେ ହାଇକୋର୍ଟ ରେକର୍ଡ ରୁମରେ ଥିବା ସମସ୍ତ କାଗଜ ପତ୍ରକୁ ଡିଜିଟାଇଜ କରାଯାଉଛି । ଅବଶ୍ୟ 1950 ମସିହା ପୂର୍ବର ରେକର୍ଡ ଗୁଡିକୁ ସୁରକ୍ଷିତ ଭାବେ ସାଇତା ଯାଉଛି, କିନ୍ତୁ ତାର ପରବର୍ତ୍ତୀ କାଳର ସମସ୍ତ ରେକର୍ଡକୁ ଡିଜିଟାଇଜ୍ କରାଯାଉଛି । ଆଜି ହାଇକୋର୍ଟ ରେଜିଷ୍ଟଆର ଜେନେରାଲ ଏ ସଂକ୍ରାନ୍ତୀୟ ତଥ୍ୟ ଗଣମାଧ୍ୟମ ଆଗରେ ରଖିଛନ୍ତି ।

ହାଇକୋର୍ଟ ସମେତ ବାଲେଶ୍ଵର, ସମ୍ବଲପୁର ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ଅଦାଲତି ରେକର୍ଡ ଗୁଡିକୁ ଡିଜିଟାଇଜ୍ କରାଯାଉଛି । ଏହି କ୍ରମରେ ପିଟିସନ କପି , ଅର୍ଡର କପି ସମେତ ମାମଲା ପରିଚାଳନା ସମ୍ପର୍କିତ ସମସ୍ତ ନଥିପତ୍ର ଗୁଡିକୁ ସପ୍ଟ କପିର ରୂପ ଦିଆଯାଉଛି । ଯାହା ଆଗକୁ ଅଦାଲତି କାର୍ଯ୍ୟରେ ଯଥେଷ୍ଟ ସହାୟକ ହେବା ସହ ରେକର୍ଡ ସାଇତି ରଖିବା ନେଇ ଯେଉଁ ସମସ୍ୟା ଦେଖା ଦେଉଥିଲା । ତାର ସମାଧାନ ହୋଇପାରିବ ବୋଲି କହିଛନ୍ତି ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ ।

ଖାସ କଥା ହେଉଛି ରେକର୍ଡ ରୁମ୍ ଡିଜିଟାଇଜେସନ ସେଣ୍ଟର୍ ଭିତରେ ରହିଛି ମାଡ୍ରାସ ହାଇକୋର୍ଟ, ପାଟନା ହାଇକୋର୍ଟ ଏବଂ କୋଲକତା ହାଇକୋର୍ଟଙ୍କ ଅନେକ ରେକର୍ଡ । ଏହା ବ୍ୟତିତ ପାର୍ସୀ ଭାଷାରେ ଲିଖିତ ହୋଇଥିବା ଅର୍ଡର କପିକୁ ମଧ୍ୟ ଖୁବ୍ ଯତ୍ନର ସହ ସାଇତି ରଖାଯାଇଛି । ରାଜ୍ୟର ସମସ୍ତ ଆଇନ୍ ଅଦାଲତକୁ ପେପର ଲେସ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ଯାହା ଖୁବଶୀଘ୍ର ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Dec 5, 2021, 3:52 PM IST

ABOUT THE AUTHOR

...view details