ଓଡିଶା

odisha

ETV Bharat / city

Panchayat Election Reservationକୁ ଚ୍ୟାଲେଞ୍ଜ ମାମଲା, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ମାମଲା

ରାଜ୍ୟର ପଞ୍ଚାୟତ ନିର୍ବାଚନ ସଂରକ୍ଷଣ (Panchayat Election Reservation) ବ୍ୟବସ୍ଥାକୁ ନେଇ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Panchayat Election Reservation
ରାଜ୍ୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଧେଶ

By

Published : Nov 22, 2021, 12:46 PM IST

Updated : Nov 22, 2021, 4:10 PM IST

କଟକ:ହାଇକୋର୍ଟରେ ରାଜ୍ୟର ପଞ୍ଚାୟତ ନିର୍ବାଚନ ସଂରକ୍ଷଣ (Panchayat Election Reservation) ବ୍ୟବସ୍ଥାକୁ ବିରୋଧ ମାମଲା ପ୍ରସଙ୍ଗ । ଏନେଇ ସତ୍ୟପାଠ (Affidavit) ଦାଖଲ କରିବା ପାଇଁ ହାଇକୋର୍ଟ (High Court) ନିର୍ଦ୍ଦେଶ । ରାଜ୍ୟ ନିର୍ବାଚନ କମିଶନ (State Election Commission) ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଡିସେମ୍ବର ୨୦ରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ।

ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ଚ୍ୟାଲେଞ୍ଜ ମାମଲା, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(Panchayat Election) ସଂରକ୍ଷଣକୁ ଚାଲେଞ୍ଜ କରି ଦାୟର ମାମଲାରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି । ନିର୍ବାଚନରେ ବିଭିନ୍ନ ବର୍ଗଙ୍କ ପାଇଁ ରହିଥିବା ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ ଜଣାଇବାକୁ କୋର୍ଟ କହିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିରେନ୍ଦ୍ର ଦାସ ନାମକ ଜଣେ ସରପଞ୍ଚ ଆଶାୟୀଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ (High court) ଏହା କହିଛନ୍ତି।

ଗତ ଜାନୁଆରୀ ୧୦ ତାରିଖରେ ରାଜ୍ୟ ପଞ୍ଚାୟତିରାଜ ସଚିବ ସରପଞ୍ଚ ମାନଙ୍କର ସଂରକ୍ଷଣ ନେଇ ଏକ ବିଜ୍ଞପ୍ତି ଜାରି କରିଥିଲେ । କେଉଁ ପଞ୍ଚାୟତ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ସେନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । ପଞ୍ଚାୟତରାଜ ନିର୍ବାଚନ (Panchayat Election) ଆଇନ ଅନୁଯାୟୀ ସରପଞ୍ଚ ନିର୍ବାଚନ ସମୟରେ ରାଜ୍ୟ ଜନସଂଖ୍ୟାର ଅନୁପାତ ଅନୁସାରେ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବା କଥା । ପଞ୍ଚାୟତରାଜ ସଚିବଙ୍କ ବିଜ୍ଞପ୍ତିରେ ଏହାକୁ ଅଣଦେଖା କରାଯାଇଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ପଞ୍ଚାୟତରାଜ ସଚିବଙ୍କ ବିଜ୍ଞପ୍ତିକୁ ରଦ୍ଧ କରିବା ସହ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ଆଜିର ଶୁଣାଣି ସମୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ ସେନେଇ କୋର୍ଟ ଜାଣିବାକୁ ଚାହିଁଥିଲେ। ସେ ପ୍ରସଙ୍ଗରେ ସତ୍ୟପାଠରେ ଉଲ୍ଲେଖ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ କହିଛନ୍ତି । ଆସନ୍ତା ୧୪ ତାରିଖରେ ପୂର୍ଣାଙ୍ଗ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାରୁ ଡିସେମ୍ବର ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ (Odisha high court) ଦିନ ଧାର୍ଯ୍ୟ କରିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Nov 22, 2021, 4:10 PM IST

ABOUT THE AUTHOR

...view details