ଓଡିଶା

odisha

ETV Bharat / city

ହାଇକୋର୍ଟରେ ସ୍କୁଲ୍ ଖୋଲିବା ପ୍ରସଙ୍ଗ: ୨ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଆଇନସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟରେ ସ୍କୁଲ୍ ଖୋଲିବା ପ୍ରସଙ୍ଗ: ୨ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ
ହାଇକୋର୍ଟରେ ସ୍କୁଲ୍ ଖୋଲିବା ପ୍ରସଙ୍ଗ: ୨ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

By

Published : Feb 2, 2022, 3:15 PM IST

Updated : Feb 2, 2022, 3:42 PM IST

କଟକ: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଆଇନସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କୋଭିଡ କଟକଣା ମଧ୍ୟରେ ସ୍କୁଲ ଖୋଲିବା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ଯାୟାଳୟ । ୨ ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଏହି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ରଞ୍ଜିତା ମହାପାତ୍ରଙ୍କ ପକ୍ଷରୁ କୋଭିଡ କଟକଣା ମଧ୍ୟରେ ସ୍କୁଲ ଖୋଲିବା ନେଇ ରୁଜୁ ହୋଇଥିଲା ଏହି ମାମଲା । ଏହି ଆବେଦନରେ ଦର୍ଶାଯାଇଥିଲା ଯେ ବାର୍, ରେଷ୍ଟୁରାଣ୍ଟ, ସପିଂ ମଲ୍ ଓ ଅନ୍ୟାନ୍ୟ ଅନୁଷ୍ଠାନ କୋରୋନା କଟକଣା ମଧ୍ୟରେ ଖୋଲାଯାଇଛି । ଏଥି ସହିତ କୋରୋନା ସଂକ୍ରମଣ ସ୍ଥିତିରେ ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁମତି ମିଳିଛି । ତେବେ ସ୍କୁଲ୍ ଖୋଲିବାକୁ କାହିଁକି ଅନୁମତି ମିଳୁନି ।

ଅନ୍ୟ ସମସ୍ତ କାର୍ଯ୍ୟ କଟକଣା ଭିତରେ ଚାଲିପାରିବ କିନ୍ତୁ ସ୍କୁଲ କାହିଁକି ଖୋଲାଯାଇ ପାରିବ ନାହିଁ ବୋଲି ମାମଲାରେ ଦର୍ଶାଇଥିଲେ । କୋରୋନା ସଂକ୍ରମଣ ସ୍ଥିତି ପାଇଁ ସ୍କୁଲ ବନ୍ଦ ରଖାଯିବା ଯୁକ୍ତିଯୁକ୍ତ ନୁହେଁ । ସ୍କୁଲ ବନ୍ଦ ରହିବାରୁ ପିଲାମାନଙ୍କ ପାଠପଢା ପ୍ରଭାବିତ ହେଉଛି । ତୁରନ୍ତ କୋଭିଡ କଟକଣା ମଧ୍ୟରେ ସମସ୍ତ ସ୍କୁଲ ଖୋଲାଯାଉ ବୋଲି ଏହି ମାମଲାରେ ଆବେଦନକାରୀ ଦର୍ଶାଇଥିଲେ ।

ତେବେ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଆଇନସମ୍ମତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 2, 2022, 3:42 PM IST

ABOUT THE AUTHOR

...view details