ଓଡିଶା

odisha

ETV Bharat / city

ପ୍ରଥମ ଥର: ଆଜି ହାଇକୋର୍ଟରେ ବସିବ ଫୁଲ ବେଞ୍ଚ - ହାଇକୋର୍ଟ ମୁଖ୍ୟ ବିଚାରପତି

ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟରେ ବସିବ ଫୁଲ ବେଞ୍ଚ। ଏକ ଅଦାଲତ ଅବମାନନା ମାମଲା ବିଚାର କରିବା ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ 13 ଜଣ ବିଚାରପତିଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ବସିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 15, 2019, 8:02 AM IST

Updated : Oct 15, 2019, 11:53 AM IST

କଟକ: ଆଜି ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟରେ ବସିବ ଫୁଲ ବେଞ୍ଚ। ଏକ ଅଦାଲତ ଅବମାନନା ମାମଲା ବିଚାର କରିବା ପାଇଁ ଏହି ଫୁଲ ବେଞ୍ଚ ବସିବ । ସପ୍ଲିମେଣ୍ଟାରୀ ଲିଷ୍ଟ ଅନୁଯାୟୀ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ 13 ଜଣ ବିଚାରପତିଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଏପରି ଘଟଣା ଅତୀତରେ କେବେ ଘଟିନଥିବା କୁହାଯାଉଛି। ଶୁଣାଣି କରାଯିବାକୁ ଥିବା ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର କରାଯାଇଥିବାବେଳେ ଏଥିରେ ରାଜ୍ୟସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 15, 2019, 11:53 AM IST

ABOUT THE AUTHOR

...view details