ଓଡିଶା

odisha

ETV Bharat / city

ସମବାୟ ସମିତିରେ ନିର୍ବାଚନ କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ - election of a cooperative societies

ରାଜ୍ୟର ସମସ୍ତ ସମବାୟ ସମିତିରେ ନିର୍ବାଚନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ...

ସମବାୟ ସମିତିରେ ନିର୍ବାଚନ କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ
ସମବାୟ ସମିତିରେ ନିର୍ବାଚନ କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Nov 2, 2021, 8:18 PM IST

କଟକ:ରାଜ୍ୟର ସମସ୍ତ ସମବାୟ ସମିତିରେ ନିର୍ବାଚନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ବାଚନ ପାଇଁ କୋ-ଅପରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ତାରିଖ ଧାର୍ଯ୍ୟ କରିବେ। ଜିଲ୍ଲାପାଳମାନେ ଆଉ କୋ-ଅପରେଟିଭ ସୋସାଇଟିର ପ୍ରଶାସନ ଦାୟିତ୍ବରେ ରହି ପାରିବେ ନାହିଁ ।

ସମବାୟ ସମିତିରେ ନିର୍ବାଚନ କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟ ସରକାର ନିର୍ବାଚନ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ୧୭ଟି କୋ-ଅପରେଟିଭ ବ୍ୟାଙ୍କ ରହିଛି । ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ୍‌ର ପ୍ରଶାସକ ପଦବୀକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ସମବାୟ ସମିତି ଗୁଡ଼ିକର ପରିଚାଳନା ଦାୟିତ୍ବ ଏବେ ପ୍ରଶାସକଙ୍କ ହାତରେ ରହିଛି । ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷ ହେବ ଶେଷ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର ସମବାୟ ନିର୍ବାଚନ କରୁ ନାହାନ୍ତି । ଏହା ସମବାୟ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ କରି ଦାଖଲ ହୋଇଥିବା ମାମଲାର ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଭବାନୀ ପ୍ରସାଦ ମାଝୀଙ୍କ ଆବେଦନର ଶୁଣାଣି ଶେଷ କରି ଏହି ରାୟ ଦେଇଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ । ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତିର ନର୍ବାଚିତ ପରିଷଦ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦, ଏପ୍ରିଲ ୩୦ରୁ ଶେଷ ହେବା ପରେ ଜିଲ୍ଲାପାଳଙ୍କୁ ପ୍ରଶାସକ ଭାବେ ରାଜ୍ୟ ସରକାର ଦାୟିତ୍ବ ଦେଇଥିଲେ । ଇତି ମଧ୍ୟରେ ଦେଢ ବର୍ଷ ବିତି ଯାଇଥିଲେ ସୁଦ୍ଧା ରାଜ୍ୟରେ ସମବାୟ ନିର୍ବାଚନ କରାଯାଉ ନାହିଁ ।

ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷର ଏକ ବର୍ଷ ଭିତରେ ନିର୍ବାଚନ ହେବା କଥା । କିନ୍ତୁ ସେଥିରେ ବ୍ୟତିକ୍ରମ ଘଟିଛି । ଅନ୍ୟପକ୍ଷରେ ପ୍ରଶାସକ ଏକ ବର୍ଷରୁ ଅଧିକ ସମୟ ସମବାୟ ସମିତି ପରିଚାଳନା ଦାୟିତ୍ବରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି । ନିୟମ ଉଲ୍ଲଂଘନ କରି ଏକ ବର୍ଷ ପରେ ମଧ୍ୟ ପ୍ରଶାସକଙ୍କୁ ସମବାୟ ସମିତି ପରିଚାଳନା ଦାୟିତ୍ବ ଦିଆଯାଇଛି । ‌ତୁରନ୍ତ ସମବାୟ ନିର୍ବାଚନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା । ମାମଲାରେ ରାଜ୍ୟ ସମବାୟ ବିଭାଗ, ସମବାୟ ସମିତି ସମୂହ ନିବନ୍ଧକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଏହି ମାମଲାରେ ଆଜି ରାୟ ଦେଇଛନ୍ତି ହାଇକୋର୍ଟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details