ଓଡିଶା

odisha

ETV Bharat / city

ବେଆଇନ ଲୁହାପଥର ଉତ୍ତୋଳନ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ - ହାଇକୋର୍ଟରେ ଲୁହ ପଥର ଖନନ ମାମଲା

ଓଡ଼ିଶାରେ ବେଆଇନ ଲୁହାପଥର ଉତ୍ତୋଳନ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ଓଡ଼ିଶା ହାଇକୋର୍ଟ । ସୁପ୍ରିମକୋର୍ଟରେ ସମାନ ମାମଲା ଚାଲୁଥିବାରୁ ମାମଲାକୁ ବନ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଅଧିକ ପଢ଼ନ୍ତୁ...

ବେଆଇନ ଲୁହାପଥର ଉତ୍ତୋଳନ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ
ବେଆଇନ ଲୁହାପଥର ଉତ୍ତୋଳନ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

By

Published : Jul 22, 2021, 8:38 PM IST

କଟକ: ଓଡ଼ିଶାରେ ବେଆଇନ ଲୁହାପଥର ଉତ୍ତୋଳନ ମାମଲାରେ ପୂର୍ଣ୍ଣଛେଦ ଟାଣିଲେ ଓଡ଼ିଶା ହାଇକୋର୍ଟ । ସୁପ୍ରିମକୋର୍ଟରେ ସମାନ ମାମଲା ଚାଲୁଥିବାରୁ ଓଡ଼ିଶା ହାଇକୋର୍ଟ ମାମଲାକୁ ବନ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିକଟରେ ଏହି ମାମଲାକୁ ନେଇ ସମସ୍ତ ଗ୍ରାଉଣ୍ଡ ଉପସ୍ଥାପିତ କରିବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।

ବେଆଇନ ଲୁହାପଥର ଉତ୍ତୋଳନ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ
ବେଆଇନ ଲୁହାପଥର ଉତ୍ତୋଳନ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

ସୁପ୍ରିମକୋର୍ଟରେ ବେଆଇନ ଲୁହାପଥର ଖନନକୁ ନେଇ ଦୁଇଟି ମାମଲା ଜାରି ହୋଇଛି । କମନ କଜ୍ (common cause) ବନାମ ଭାରତ ସରକାର(govt. of India) ଅନ୍ୟ ଏକ ମାମଲା ପ୍ରଫୁଲ୍ଲ ସାମନ୍ତରା ବନାମ ଭାରତ ସରକାର (govt of India) ଦୁଇଟି ମାମଲା ଚାଲୁ ରହିଛି । ଓଡ଼ିଶାରେ କେତେ ବେଆଇନ ଲୁହାପଥର ଉତ୍ତୋଳନ ହୋଇଛି ତାର ତଦନ୍ତ କମିଶନ ପାଇଁ ଆବେଦନ କରାଯାଇଥିଲା ।

ଏଥିପାଇଁ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏସଆଇଟି ଗଠନ ସହ ୧୦ ଜଣିଆ ଏକ୍ସପର୍ଟ କମିଟି ଗଠନ ପାଇଁ ହୋଇଥିଲା ନିବେଦନ । ଦୁଇଟି ମାମଲାରେ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details