ଓଡିଶା

odisha

ETV Bharat / city

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କୁ ନୈତିକତା ଶିକ୍ଷା ଦେଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଆଜି(ରବିବାର) ସାରା ଦେଶରେ ପାଳିତ ହେଉଛି ଶିଶୁ ଦିବସ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଓ ନୈତିକତାର ଶିକ୍ଷା ଦେଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି । ଅଧିକ ପଢନ୍ତୁ...

ଶିଶୁ ଦିବସ: ଛାତ୍ରଛାତ୍ରୀଙ୍କୁ ନ୍ୟାୟ, ନୈତିକତାର ଶିକ୍ଷା ଦେଲେ ହାଇକୋର୍ଟ ମୁଖ୍ୟ ବିଚାରପତି
ଶିଶୁ ଦିବସ: ଛାତ୍ରଛାତ୍ରୀଙ୍କୁ ନ୍ୟାୟ, ନୈତିକତାର ଶିକ୍ଷା ଦେଲେ ହାଇକୋର୍ଟ ମୁଖ୍ୟ ବିଚାରପତି

By

Published : Nov 14, 2021, 6:59 PM IST

କଟକ:ଆଜି ସମଗ୍ର ଦେଶରେ ପାଳିତ ହେଉଛି ଶିଶୁ ଦିବସ । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଛାତ୍ରଛାତ୍ରୀଙ୍କୁ ନ୍ୟାୟ, ନୀତି, ନୈତିକତା ସହ ସମାନତାର ପାଠ ପଢାଇଥିବା ଦେଖିବାକୁ ମିଳିଛି ।

ଶିଶୁ ଦିବସ: ଛାତ୍ରଛାତ୍ରୀଙ୍କୁ ନ୍ୟାୟ, ନୈତିକତାର ଶିକ୍ଷା ଦେଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଏହି ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ । କିନ୍ତୁ କଟକର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ଥିଲା ଏକ ସ୍ବତନ୍ତ୍ର ଦିନ । କାରଣ ପ୍ରଥମ ଥର ଲାଗି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଛାତ୍ରଛାତ୍ରୀଙ୍କୁ ପଢାଇଥିଲେ ନ୍ୟାୟ, ନିତି, ନୈତିକତା ସହ ସମାନତାର ପାଠ ।

ଯିଏ ଯେଉଁ କ୍ଷେତ୍ରରେ ନିଜ କ୍ୟାରିୟର କରନ୍ତୁ ନାଁ କାହିଁକି କିନ୍ତୁ ସାମ୍ବିଧାନିକ ମୂଲ୍ୟବୋଧକୁ ଧାରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟ ବିଚାରପତି । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବାର୍ତ୍ତାଳାପ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ବହୁମୂଲ୍ୟ ପରାମର୍ଶ ଗ୍ରହଣ କରିବାର ସୁଯୋଗ ମିଳିଥିବାରୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ବେଶ ଖୁସି ପ୍ରକାଶ କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details