ଓଡିଶା

odisha

ETV Bharat / city

ଆଡଭୋକେଟ ୱେଲଫେୟାର ଷ୍ଟାମ୍ପ ଦର ବୃଦ୍ଧିକୁ ହାଇକୋର୍ଟ ବାରର ବିରୋଧ - ଓଡିଶା ଆଡଭୋକେଟ ଓଏଲଫେୟାର ଷ୍ଟାମ୍ପ ଦର ବୃଦ୍ଧି

ବାର କାଉନସିଲ ପକ୍ଷରୁ ଅଚାନକ ଆଡଭୋକେଟ ୱେଲଫେୟାର ଷ୍ଟାମ୍ପ ଦର ବୃଦ୍ଧିକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ । ଅଧିକ ପଢନ୍ତୁ

ଆଡଭୋକେଟ ଓଏଲଫେୟାର ଷ୍ଟାମ୍ପ ଦର ବୃଦ୍ଧିକୁ ହାଇକୋର୍ଟ ବାରର ବିରୋଧ
ଆଡଭୋକେଟ ଓଏଲଫେୟାର ଷ୍ଟାମ୍ପ ଦର ବୃଦ୍ଧିକୁ ହାଇକୋର୍ଟ ବାରର ବିରୋଧ

By

Published : Apr 6, 2022, 5:57 PM IST

କଟକ: ଆଡଭୋକେଟ ୱେଲଫେୟାର ଷ୍ଟାମ୍ପ ଦର ବୃଦ୍ଧିକୁ ବିରୋଧ କଲା ହାଇକୋର୍ଟ ବାର ଆସୋସିଏସନ । ବାର କାଉନସିଲ ପକ୍ଷରୁ ଷ୍ଟାମ୍ପର ମୂଲ୍ୟ ଅଚାନକ 15 ରୁ ୧୦୦ ଟଙ୍କା ବୃଦ୍ଧିକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ କରିଛି । ବାର କାଉନସିଲ ଅନ୍ତରୀଣ କମିଟିର ଏପରି ନିଷ୍ପତ୍ତି ନେବାର କ୍ଷମତା ନାହିଁ ବୋଲି ବାର ପକ୍ଷରୁ କୁହାଯାଇଛି ।

ଆଡଭୋକେଟ ଓଏଲଫେୟାର ଷ୍ଟାମ୍ପ ଦର ବୃଦ୍ଧିକୁ ହାଇକୋର୍ଟ ବାରର ବିରୋଧ

ଆଇନଜୀବୀ କଲ୍ୟାଣ ଷ୍ଟାମ୍ପର ଦର ୧୫ ଟଙ୍କା ରୁ 100 ଟଙ୍କାକୁ ବୃଦ୍ଧି ପ୍ରତିବଦଳରେ ଆଇନଜୀବୀମାନଙ୍କୁ କଣ ଅଧିକ ସୁଯୋଗ ମିଳିବ ସେନେଇ ବାର କାଉନ୍ସିଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ବାର ଅଭିଯୋଗ କରିଛି । ଏହି ଦରବୃଦ୍ଧିର ପ୍ରତିବାଦ କରି ବର୍ଦ୍ଧିତ ହାରରେ ଷ୍ଟାମ୍ପ ନ ଲଗାଇବାକୁ ବାର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ଆହ୍ବାନ କରାଯାଇଛି । ବାର କାଉନସିଲ ନିର୍ବାଚନ ପର୍ଯ୍ୟନ୍ତ କୌଣସି ଆଇନଜୀବୀ ବର୍ଦ୍ଧିତ ଷ୍ଟାମ୍ପ ନଦେବାକୁ ଅନୁରୋଧ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details