କଟକ:ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲା । ଏହାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିଛନ୍ତି ଅଦାଲତ । ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ୫ ହଜାର ଟଙ୍କାର ତଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ପରାଜିତ ପ୍ରାର୍ଥୀ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଓ ସଠିକ ନୋମିନେସନ ଫର୍ମରେ ପ୍ରାର୍ଥୀପତ୍ର ଦାଖଲ ହୋଇ ନଥିବା ଅଭିଯୋଗ ହୋଇଥିଲା । ଏହା ସହ ମହମ୍ମଦ ମୋକିମ ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନ ଥିବା ମାମଲାରେ ଦର୍ଶାଯାଇଥିଲା ।