ଓଡିଶା

odisha

ETV Bharat / city

ଏସସିବିକୁ ସରକାରଙ୍କ ବଡ ପ୍ୟାକେଜ ଘୋଷଣା, କାର୍ଯ୍ୟକାରିତା ନେଇ କଳ୍ପନାଜଳ୍ପନା - scb medical cuttack

ଏସସିବି ଉପରେ ଏବେ ସରକାରଙ୍କ ନଜର। ଖୁବ କମ ଦିନ ମଧ୍ୟରେ ଏମ୍ସ ପ୍ଲସ ଢାଞ୍ଚାରେ ନଜର ଆସିବ ଏସସିବି ମେଡିକାଲ । ଏନେଇ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ଏକ ହଜାର କୋଟି ଟଙ୍କା । କିନ୍ତୁ ଏହି ବିକାଶମୂଳକ କାମ କେବେ ସରିବ ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 8, 2019, 1:58 AM IST

କଟକ: ଏସସିବି ଉପରେ ଏବେ ସରକାରଙ୍କ ନଜର । ଖୁବ କମ ଦିନ ମଧ୍ୟରେ ଏମ୍ସ ପ୍ଲସ ଢାଞ୍ଚାରେ ନଜର ଆସିବ ଏସସିବି ମେଡିକାଲ। ପୂର୍ବ ଭାରତର ପ୍ରମୁଖ ବଡ ମେଡିକାଲ ମଧ୍ୟରେ ଆସୁଥିବା ଏସସିବିର ହେବ ପୁନଃବିନ୍ୟାସ। ବେଡ୍‌ ସଂଖ୍ୟା ବୃଦ୍ଧି କରିବା ସହ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଏସିବି ମେଡିକାଲ ପାଇଁ ମଞ୍ଜୁର କରିଛନ୍ତି ଏକ ହଜାର କୋଟି ଟଙ୍କା । ଯାହା ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ଏହି ବିକାଶମୂଳକ କାମ କେବେ ସରିବ ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା ।

ରାଜ୍ୟସରକାରଙ୍କ ଏସିବିକୁ ଏଭଳି ପ୍ୟାକେଜ ଘୋଷଣାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସେପଟେ ଦିନକୁ ଦିନ ରୋଗୀଙ୍କ ବଢିବା ହେତୁ ଏସିବି ମେଡିକାଲ ସବୁ ସମୟର ଫୁଲ୍‌ ରହୁଛି। କାଜୁଆଲଟି, ବର୍ହିଃ ବିଭାଗ, ନିଦାନ ଆଦି ବିଭାଗରେ ଲମ୍ବା ଲାଇନ ଲାଗୁଛି । ଏପରି ସ୍ଥିତିରେ ଡାକ୍ତରଙ୍କ ଅଭାବ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ଫେରିବା ସହ ଘରୋଇ କ୍ଲିନିକ୍‌କୁ ଯାଉଥିବା ଅଭିଯୋଗ ହେଉଛି। ଯାହା ପୂରଣ ହେଲେ ଯାଇ ରୋଗୀମାନେ ପ୍ରକୃତରେ ଉପକୃତ ହେବେ ବୋଲି କୁହାଯାଉଛି ।

ଏସସିବିକୁ ସରକାରଙ୍କ ବଡ ପ୍ୟାକେଜ ଘୋଷଣା, କାର୍ଯ୍ୟକାରିତା ନେଇ କଳ୍ପନାଜଳ୍ପନା

ଅନ୍ୟପଟେ ପ୍ରତି ବିଭାଗରେ କିଛି ନା କିଛି ଅସୁବିଧା ରହୁଛି । ଯେଉଁଥିପାଇଁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଟଙ୍କା ଏହାର ଭରଣା କରିବ ବୋଲି କୁହାଯାଉଥିବାବେଳେ ଏହି ମଞ୍ଜୁର ରାଶିରେ ଯଦି କିଛି ବି ହେରଫେର ହୁଏ ଏହାର ଉଚିତ୍‌ ଜବାବ ଛାତ୍ର ସଂସଦ ଦେବ ବୋଲି କହିଛି ।

ତେବେ ପୂର୍ବ ଭାରତର ପ୍ରମୁଖ ମେଡିକାଲ ମଧ୍ୟରେ ଗଣତି ହେଉଥିବା ଏସିବି ପାଇଁ ରାଜ୍ୟ ସରକାରଙ୍କ ଏହି ଟଙ୍କା କେତେ ସହାୟତା ହେଉଛି ଓ ଏହି ମେଡିକାଲର ଭାଗ୍ୟ କେବେ ପରିବର୍ତ୍ତନ ହେଉଛି ତାହାକୁ ଅପେକ୍ଷା।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details