ଓଡିଶା

odisha

By

Published : Jun 3, 2020, 5:40 PM IST

ETV Bharat / city

ତାଲାବନ୍ଦ ନିୟମ ଉଲଙ୍ଘନ : ୨୪ ଘଣ୍ଟାରେ 33 ମାମଲା ରୁଜୁ

ରାଜ୍ୟରେ ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗ । ମଙ୍ଗଳବାର ସକାଳୁ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୩୩ ଟି ମାମଲା ରୁଜୁ କରାଯାଇଛି। ଅଧିକ ପଢନ୍ତୁ..

lockdown violation cases in Odisha
ତାଲାବନ୍ଦ ନିୟମ ଉଲଙ୍ଘନ : ୨୪ ଘଣ୍ଟାରେ 33 ମାମଲା ରୁଜୁ

କଟକ : ତାଲାବନ୍ଦ ନିୟମକୁ ଉଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୪୦୦ ଟି ମାମଲା ରୁଜୁ କରାଯାଇଛି। ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ସକାଳୁ ବୁଧବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୩୩ ଟି ମାମଲା ରୁଜୁ କରାଯାଇଛି। ଏହି ୩୩ ଟି ମାମଲା ମଧ୍ୟରୁ ୩୧ ଟି ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ କରାଯାଇଥିବା ବେଳେ ୨ ଟି ହୋମ କ୍ବାରେଣ୍ଟାଇନ ନିୟମ ଭାଙ୍ଗିବା ଅଭିଯୋଗରେ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details