କଟକ:ଓସିଏର ସାଧାରଣ ପରିଷଦ ବୈଠକ (OCA Annual General Meeting In Cuttack)ଶେଷ ହୋଇଛି । ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ବନାମ ୱେଷ୍ଟଇଣ୍ଡିଜ ଟି-20 ମ୍ୟାଚ ସହିତ ରାଜ୍ୟ କ୍ରିକେଟର ବିକାଶ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ମ୍ୟାଚରେ ଦର୍ଶକଙ୍କୁ ଅନୁମତି ମିଳିବ କି ନାହିଁ ତାହା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଓସିଏର ସମ୍ପାଦକ ସଞ୍ଜୟ ବେହେରା ।
ଆସନ୍ତା ଫେବୃଆରୀ 15 ତାରିଖରେ ବାରବାଟିରେ ହେବାକୁ ଥିବା ଭାରତ ବନାମ ୱେଷ୍ଟଇଣ୍ଡିଜ ଟି-20 ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ହୋଇଛି । ମ୍ୟାଚରେ ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ସୁଯୋଗ ଦିଆଯିବ ବା ଏହା ବିନା ଦର୍ଶକରେ କରାଯିବ ତାହା ସ୍ଥିର ହୋଇନାହିଁ । ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ିଛି ଓସିଏ ।