କଟକ: BCCIର 25 ବର୍ଷରୁ କମ୍ ଦିନିକିଆ ଟ୍ରଫି ପାଇଁ ଆଜି 22 ଜଣିଆ ଦଳ ଘୋଷଣା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ । ଦଳରେ ଅଧିନାୟକ ଦାୟିତ୍ବରେ ରହିଛନ୍ତି ସନ୍ଦୀପ ପଟ୍ଟନାୟକ । ଏହି ଦଳରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି । ଦଳରେ ବିଶେଷକରି ଅଲରାଉଣ୍ଡରଙ୍କ ଉପରେ ଫୋକସ ରଖିଛି ଓସିଏ ।
ଏହି ଟ୍ରଫି ପାଇଁ ଓଡ଼ିଶା କ୍ରିକେଟ ଦଳ ନଭେମ୍ବର ୧୨ ତାରିଖରେ ରାଜକୋଟ ଗସ୍ତ କରିବ । 20 ତାରିଖରେ ପ୍ରଥମ ମ୍ୟାଚ ଖେଳିବ ଓଡ଼ିଶା । ପ୍ରଥମ ମ୍ୟାଚରେ ବିଦର୍ଭକୁ ଭେଟିବ ଓଡ଼ିଶା । ଏହାପରେ ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶ, ମଧ୍ୟ ପ୍ରଦେଶ ଓ ଶେଷରେ କର୍ଣ୍ଣାଟକକୁ ଭେଟିବ ଟିମ୍ ଓଡ଼ିଶା । ଓପନର ଏମ ପ୍ରଶାନ୍ତ, ଅଫସ୍ପିନର ସତ୍ୟକାନ୍ତ ଭରଦ୍ବାଜ ଓ ଯୁବ ଚେହେରା ଶିବାଶିଷ ସାହୁଙ୍କୁ ଦଳରେ ନୂଆ ମୁହଁ ଭାବରେ ସାମିଲ ହୋଇଛନ୍ତି ।