ଓଡିଶା

odisha

ETV Bharat / city

ସରିଲା ବାସ୍କେଟବଲ ସଂଘ ନିର୍ବାଚନ, କ୍ରୀଡା ବିକାଶର ଲକ୍ଷ୍ୟ - ବାସ୍କେଟବଲ ସଂଘ ନିର୍ବାଚନ

ଓଡିଶା ବାସ୍କେଟବଲ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଛି। ନବନିର୍ବାଚିତ କର୍ମକର୍ତ୍ତା ମାନେ ଆସନ୍ତା 4 ବର୍ଷ ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

odisha basketball association election
ସରିଲା ବାସ୍କେଟବଲ ସଂଘ ନିର୍ବାଚନ, ଲକ୍ଷ୍ୟ କ୍ରୀଡାର ବିକାଶ

By

Published : Apr 4, 2021, 2:15 PM IST

କଟକ: ସରିଲା ବାସ୍କେଟବଲ ସଂଘ ନିର୍ବାଚନ । ଓଡିଶା ବାସ୍କେଟବଲ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଛି। ନବନିର୍ବାଚିତ କର୍ମକର୍ତ୍ତା ମାନେ ଆସନ୍ତା 4 ବର୍ଷ ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି ।

ସରିଲା ବାସ୍କେଟବଲ ସଂଘ ନିର୍ବାଚନ, ଲକ୍ଷ୍ୟ କ୍ରୀଡାର ବିକାଶ

ବାରବାଟୀ ଷ୍ଟାଡିୟମ ପରିସରରେ ଓଡିଶା ବାସ୍କେଟବଲ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଛି। ନିର୍ବାଚନରେ ବିନା ପ୍ରତିଦ୍ବନ୍ଦିତାରେ ସଭାପତି ଭାବେ ଜ୍ଞାନରଂଜନ ପରିଡା ନିର୍ବାଚିତ ହୋଇଥିବା ବେଳେ ଅଶୋକ ସାହୁ ସଂପାଦକ ନିର୍ବାଚିତ ହୋଇଛନ୍ତି। ସେହିପରି 6 ଉପସଭାପତି ପଦ ଓ କୋଷାଧ୍ୟକ୍ଷ ପଦରେ ପ୍ରାର୍ଥୀ ମାନେ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ। କେବଳ ତିନୋଟି ଯୁଗ୍ମ ସଂପାଦକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନବନିର୍ବାଚିତ କର୍ମକର୍ତ୍ତା ମାନେ ଆସନ୍ତା 4 ବର୍ଷ ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ଆଗମୀ ଦିନରେ କିପରି ରାଜ୍ୟରେ ଏହି କ୍ରୀଡା ର ତୃଣମୂଳ ବିକାଶ ହୋଇ ପାରିବ ତାହା ଉପରେ ଫୋକସ ରଖିଛନ୍ତି ନୂଆ ନିର୍ବାଚିତ ପ୍ରତିନିଧି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details