ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା ବାର୍ ନିର୍ବାଚନ ବିଜ୍ଞପ୍ତି: ଡିସେମ୍ବର 12ରେ ମତଦାନ

ଡିସେମ୍ବର 12ରେ ଅନୁଷ୍ଠିତ ହେବ ବାର୍ ଆସୋସିଏସନ ନିର୍ବାଚନ । କୋରୋନା କଟକଣା ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଅଧିକ ପଢନ୍ତୁ..

By

Published : Nov 8, 2020, 5:37 PM IST

Updated : Nov 8, 2020, 6:10 PM IST

ପ୍ରକାଶ ପାଇଲା ବାର୍ ନିର୍ବାଚନ ବିଜ୍ଞପ୍ତି
ପ୍ରକାଶ ପାଇଲା ବାର୍ ନିର୍ବାଚନ ବିଜ୍ଞପ୍ତି

କଟକ: ରାଜ୍ୟର ସମସ୍ତ ବାର୍ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର 12 ତାରିଖରେ 2020-21 ବର୍ଷ ପାଇଁ ରାଜ୍ୟର ସମସ୍ତ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହେବ ।

ପ୍ରକାଶ ପାଇଲା ବାର୍ ନିର୍ବାଚନ ବିଜ୍ଞପ୍ତି

ସୂଚନା ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାର୍ ଆସୋସିଏସନ ନିର୍ବାଚନ କରାଇବାକୁ ସମସ୍ତ ବାରର ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି । ଏଥିପାଇଁ ପ୍ରାର୍ଥୀ ନଭେମ୍ବର 24 ଓ 25ରେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସେହିପରି ଡିସେମ୍ବର 12ରେ ମତଦାନ ହେବ । ତେବେ ସମସ୍ତ ବାରରେ ଗୋଟିଏ ଦିନରେ ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଦେଇଛି ।

ପ୍ରକାଶ ପାଇଲା ବାର୍ ନିର୍ବାଚନ ବିଜ୍ଞପ୍ତି

ତେବେ ଗତ ମାର୍ଚ୍ଚ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ହେଲେ କୋରୋନା କଟକଣା ପାଇଁ ନିର୍ବାଚନୀ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା ।

ପ୍ରକାଶ ପାଇଲା ବାର୍ ନିର୍ବାଚନ ବିଜ୍ଞପ୍ତି

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 8, 2020, 6:10 PM IST

ABOUT THE AUTHOR

...view details