କଟକ: ବଦଳିବ କି ଓଡିଶା କ୍ରିକେଟର ଭାଗ୍ୟ । ଓଡିଆ କ୍ରିକେଟର୍ଙ୍କୁ ମିଳିବ କି ଉନ୍ନତମାନର କ୍ରିକେଟ ଶିକ୍ଷା । ପୁଣି ଥରେ ଅନ୍ତର୍ଜାତୀୟ ସ୍ଥରର ଜଲୱା ଦେଖାଇବେ କି ଓଡିଆ କ୍ରିକେଟର୍ । ଏମିତି କିଛି ଆଶା-ଆଶଙ୍କା ଏବେ ଓଡିଶାର ଘରୋଇ କ୍ରିକେଟରଙ୍କ ମନରେ ଉଙ୍କି ମାରୁଛି । କାରଣ କୋରୋନା ମହାମାରୀ ମଧ୍ୟରେ ଏକ ଅନ୍ତର୍ଜାତୀୟ ସ୍ତରୀୟ କ୍ରିକେଟ ଏକଡେମୀ ପ୍ରସ୍ତୁତି ନେଇ ଯୋଜନା ବାନ୍ଧିଛି ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏ ।
ଯାହାକି 20 ରୁ 40 ଏକର ଜମିରେ ନିର୍ମାଣ ହେବାର ଯୋଜନା ରହିଛି । ଏନେଇ ଟ୍ବିନ ସିଟିରେ 4 ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହି ଏକାଡେମୀ ପାଇଁ ମୋଟ 50 କୋଟି ବ୍ୟୟ ଅଟକଳ ଧାର୍ଯ୍ୟ କରିଛି ଓସିଏ । ତେବେ ଖୁବଶୀଘ୍ର ଓସିଏର ଆଉ ଏକ ଆପେକ କାଉନସିଲ ବୈଠକ ବସିବାକୁ ଯାଉଛି । ଯେଉଁଠି ନୂଆ ଏକାଡେମୀ ପାଇଁ ପ୍ରସ୍ତୁତ ହେବ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ । ଆଉ ଏହାକୁ ଯଥା ସମ୍ଭବ ବାସ୍ତବ ରୂପ ଦେବା ପାଇଁ ଫୁଲ ଦମରେ ଲାଗି ପଡିଛନ୍ତି ସମ୍ପାଦକ ସଞ୍ଜୟ ବେହେରାଙ୍କ ଟିମ ।