ଓଡିଶା

odisha

ETV Bharat / city

ଅନ୍ତର୍ଜାତୀୟ ସ୍ଥରିୟ କ୍ରିକେଟ ଏକାଡେମୀ ପାଇଁ ଯୋଜନା କରୁଛି ଓସିଏ - ଅନ୍ତର୍ଜାତୀୟ ସ୍ଥରିୟ କ୍ରିକେଟ ଏକାଡେମୀ

ଏହା ପାଇଁ 50 କୋଟି ଟଙ୍କା ଅଟକଳ ବ୍ୟୟ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା ।

oca-is-planning-for-an-international-cricket-academy
ଅନ୍ତର୍ଜାତୀୟ ସ୍ଥରିୟ କ୍ରିକେଟ ଏକାଡେମୀ ପାଇଁ ଯୋଜନା କରୁଛି ଓସିଏ

By

Published : Aug 1, 2020, 10:16 PM IST

କଟକ: ଓସିଏର ନୂଆ ପ୍ଲାନ । ନିର୍ମାଣ ହେବ ଅନ୍ତର୍ଜାତୀୟ ସ୍ତରୀୟ ଏକାଡେମୀ । ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ 30ରୁ 40 ଏକର ଜମିରେ ନିରୂପଣ ହେବ । ଯେଉଁଥିରେ ନିର୍ମାଣ ହେବ ଏହି ଏକାଡେମୀ । ଏହା ସହିତ ଏହି ଏକାଡେ଼ମୀରେ 4 ଟି ଗ୍ରାଉଣ୍ଡ ରହିବ । ଯେଉଁଠାରେ ଘରୋଇ ମ୍ୟାଚ ଖେଳାଯିବ । ଏହା ସହ ସୁଇମିଙ୍ଗ ପୁଲ, ଜିମ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିବ । ଯାହାଦ୍ୱରା ଖେଳାଳିଙ୍କୁ କୌଣସି ଅସୁବିଧା ହେବ ନାହିଁ । ଏହା ପାଇଁ 50 କୋଟି ଟଙ୍କା ଅଟକଳ ବ୍ୟୟ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା ।

ଅନ୍ତର୍ଜାତୀୟ ସ୍ଥରିୟ କ୍ରିକେଟ ଏକାଡେମୀ ପାଇଁ ଯୋଜନା କରୁଛି ଓସିଏ
ଏହାଛଡା ବାରବାଟୀର 7 ନମ୍ବର ଗ୍ୟାଲେରୀ ମଧ୍ୟ ମରାମତି ହେବ । ଏହାସହ ଅନ୍ୟାନ୍ୟ ବଳକା କାମ ମଧ୍ୟ ହାତରେ ସମୟ ଥାଇ ଶେଷ ହେବ । ତେବେ କେବଳ ବିସିସିଆଇର ନିର୍ଦେଶ ଆସିଲା ପରେ ଘରୋଇ କ୍ରିକେଟ ଆରମ୍ଭ ହେବା ଏକ ପ୍ରକାର ନିଶ୍ଚୟ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details