ଓଡିଶା

odisha

ETV Bharat / city

ଟେକ୍ନୋଲୋଜି ଜରିଆରେ ଦିଆଯିବ ପ୍ରଶିକ୍ଷଣ: ୱାସିମ ଜାଫର - ଓଡ଼ିଶା କ୍ରିକେଟର ମୁଖ୍ୟ କୋଚ୍‌

OCAର ମୁଖ୍ୟ କୋଚ ଭାବେ ଯୋଗଦେବା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜାଫର। ନୂଆ ଖେଳାଳି ଓ ନୂଆ ସ୍ଥାନରେ ଚ୍ୟାଲେଞ୍ଜ ଅଧିକ ରହିବ କହିଲେ ୱାସିମ । ଅଧିକ ପଢ଼ନ୍ତୁ...

OCA head coach, coach wasim jaffer, jaffer in cuttack, ଜାଫର ଯୁଗ ଆରମ୍ଭ, ଓଡ଼ିଶା କ୍ରିକେଟର ମୁଖ୍ୟ କୋଚ୍‌, ୱାସିମ ଜାଫର
ଖେଳାଳିଙ୍କ ମନୋବଳ ବୃଦ୍ଧି ମୂଳ ଲକ୍ଷ୍ୟ: ୱାସିମ ଜାଫର

By

Published : Jul 23, 2021, 7:59 PM IST

କଟକ: ଓଡ଼ିଶାରେ କ୍ରିକେଟରେ ଆରମ୍ଭ ହେଲା ଜାଫର ଯୁଗ । OCAର ମୁଖ୍ୟ କୋଚ ଭାବେ ଯୋଗ ଦେଲେ ପୂର୍ବତନ କ୍ରିକେଟର ୱାସିମ ଜାଫର। ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ହେଉଛନ୍ତି ୱାସିମ । କୋଚ ଭାବେ ଯୋଗଦେବା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜାଫର।

ଖେଳାଳିଙ୍କ ମନୋବଳ ବୃଦ୍ଧି ମୂଳ ଲକ୍ଷ୍ୟ: ୱାସିମ ଜାଫର

ନୂତନ ଖେଳାଳି, ନୂଆ ସ୍ଥାନରେ ଚ୍ୟାଲେଞ୍ଜ ଅଧିକ ରହିବ। ପିଲାଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜି ଜରିଆରେ ପ୍ରଶିକ୍ଷଣ ଦିଆଯିବ। ପିଲାଙ୍କ ମନୋବଳ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ଅନ୍ତର୍ଜାତୀୟସ୍ତରରେ ପିଲା କିପରି ଚୟନ ହେବେ ସେ ନେଇ ପୁରା ଜୋରଦାର ଉଦ୍ୟମ ହେବ ବୋଲି ମଧ୍ୟ କହିଲେ ଜାଫର।

ଓଡ଼ିଶା ଖେଳାଳି ପୂର୍ବରୁ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ବର୍ତ୍ତମାନର ଖେଳାଳିଙ୍କ ପାଖେ ଧୈର୍ଯ୍ୟର ଅଭାବ ରହିଛି। ସ୍ଵଳ୍ପ ସମୟ ମଧ୍ୟରେ ଗୋଟିଏ ବଡ଼ ଟିମ୍ ଗଠନ କରାଯାଇ ପାରିବ ନାହିଁ । ଭଲ ଓ ମଜବୁତ ଟିମ୍ ଗଠନ କରିବା ପାଇଁ ଅତି କମରେ ଦୁଇରୁ ତିନି ବର୍ଷ ସମୟ ଲାଗିବ ବୋଲି ମତ ଦେଇଛନ୍ତି ଜାଫର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details