ଓଡିଶା

odisha

ETV Bharat / city

ଚିନ୍ତା ବଢାଉଛି ଡେଙ୍ଗୁ, ବଢୁଛି ରୋଗୀସଂଖ୍ୟା - ଏସସିବିରେ ଡେଙ୍ଗୁ ରୋଗୀ

ଚିନ୍ତା ବଢାଉଛି ଡେଙ୍ଗୁ । ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ମଙ୍ଗଳବାର ଏସସିବିରେ 62ଟି ରକ୍ତ ନମୁନା ପରୀକ୍ଷା କରାଯାଇ ଥିବାବେଳେ 7 ଟି ପଜିଟିଭ ମିଳିଛି ।

ଫାଇଲ ଫଟୋ

By

Published : Jul 31, 2019, 8:40 PM IST

କଟକ: ଚିନ୍ତା ବଢାଉଛି ଡେଙ୍ଗୁ । ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା । ମଙ୍ଗଳବାର ଏସସିବିରେ 62ଟି ରକ୍ତ ନମୁନା ପରୀକ୍ଷା କରାଯାଇ ଥିବାବେଳେ 7 ଟି ପଜିଟିଭ ମିଳିଛି । ସେଥିମଧ୍ୟରୁ କେନ୍ଦ୍ରାପଡାରୁ 3ଜଣ, କେଉଁଝର, ମୟୁରଭଞ୍ଜ, କଟକ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଏସସିବିର ଡେଙ୍ଗୁ ୱାର୍ଡରେ 37 ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଆଇସିୟୁରେ 5 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ତେବେ ଏସସିବିରେ ଏପର୍ଯ୍ୟନ୍ତ 3410 ଜଣଙ୍କ ରକ୍ତନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ 167 ଟି ପଜିଟିଭ ଜଣାପଡିଛି । କଟକର ସର୍ବାଧିକ 41, ଭଦ୍ରକର 33, ବାଲେଶ୍ଵର 13, ଯାଜପୁରର 28 ଓ ଜଗତସିଂହପୁରର 10 ଜଣଙ୍କ ରକ୍ତନମୁନା ପଜିଟିଭ ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details