କଟକ: ରାଜ୍ୟରେ କୋରୋନା କଟକଣା କଡାକଡି ହେବା ସତ୍ତ୍ବେ ବଢି ଚାଲିଛି ଅମାନିଆଙ୍କ ରାଜ । ଏମିତିରେ ରାଜ୍ୟର ବିଭିନ୍ନ ଥାନାରେ ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ମୋଟ 6826ଟି ମାମଲା ରୁଜୁ ହୋଇସାରିଛି । ଗତ ମାର୍ଚ୍ଚ 24ରୁ ଆଜି ଯାଏଁ ଏହି ସମସ୍ତ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଡାକଡି ନିୟମ ସତ୍ତ୍ବେ ଅମାନିଆଙ୍କ ରାଜ, 24 ଘଣ୍ଟାରେ 15 ମାମଲା ରୁଜୁ
ରାଜ୍ୟର ବିଭିନ୍ନ ଥାନାରେ ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ମୋଟ 6826ଟି ମାମଲା ରୁଜୁ ହୋଇସାରିଛି । ଗତ ମାର୍ଚ୍ଚ 24ରୁ ଆଜି ଯାଏଁ ଏହି ସମସ୍ତ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କଡାକଡି ନିୟମ ସତ୍ତ୍ବେ ଅମାନିଆଙ୍କ ରାଜ, 24 ଘଣ୍ଟାରେ 15 ମାମଲା ରୁଜୁ
ସୂଚନା ମୁତାବକ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ଥାନାରେ 15ଟି ମାମଲା ରୁଜୁ କରାଯାଇଛି । ଏଥିରୁ 14ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ ବୋଇଥିବା ବେଳେ ଗୋଟିଏ ମାମଲା ହୋମ କ୍ବାରେଣ୍ଟାଇନ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ କରାଯାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ପୋଲିସ ମୁଖ୍ୟାଳୟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ