କଟକ: ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କୁ IDCOର ଉଚ୍ଛେଦ ନୋଟିସ । ଜଗତପୁର ଅଞ୍ଚଳରେ ଏକ ଡ୍ରେନ୍ ତିଆରି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ଇଡକୋ । ଏ ନେଇ ଦମୟନ୍ତୀଙ୍କ ବସ୍ତି ଘର ଆସୁ ଥିବାରୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଛି । ଏନେଇ ଡେ଼ପୁଟି ମେୟର ଦମୟନ୍ତୀ ପତିକ୍ରିୟା ଦେବାକୁ ମନା କରିଛନ୍ତି ।
୭ ଦିନ ମଧ୍ୟରେ ଜଗା ଖାଲି କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ମେ ୧୦ ତାରିଖରେ ସିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଉଚ୍ଛେଦ କରିବ। ଜଗତପୁର ଶିଳ୍ପାଞ୍ଚଳରେ ଥିବା ସିଏମ୍ସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ବସ୍ତି ଘର । ବସ୍ତି ଅଞ୍ଚଳଟି ଇଡକୋ ଜାଗାରେ ଥିବାରୁ ସମସ୍ତଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି ହୋଇଛି ।