ଓଡିଶା

odisha

ସରିଲା ପ୍ରାର୍ଥୀପତ୍ର ଦାଖଲ, ୨୫ରେ ଆସିବ ଚୂଡାନ୍ତ ତାଲିକା

By

Published : Jan 21, 2022, 9:01 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ଦିନରେ ନାମାଙ୍କନ ଭରିଲେ ଆଶାୟୀ ପ୍ରାର୍ଥୀ । ୨୫ ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀପତ୍ର ତାଲିକା । ଅଧିକ ପଢନ୍ତୁ

ସରିଲା ପ୍ରାର୍ଥୀପତ୍ର ଦାଖଲ, ୨୫ ରେ ଆସିବ ଚୂଡାନ୍ତ ତାଲିକା
ସରିଲା ପ୍ରାର୍ଥୀପତ୍ର ଦାଖଲ, ୨୫ ରେ ଆସିବ ଚୂଡାନ୍ତ ତାଲିକା

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । କଟକ ଜିଲ୍ଲାର 14 ବ୍ଲକରେ ମୋଟ 46ଟି ଜିଲ୍ଲା ପରିଷଦ, 373ଟି ସରପଞ୍ଚ ଓ ସମିତି ସଭ୍ୟ ଓ 5703ଟି ଓ୍ବାର୍ଡ ମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି ।

ସରିଲା ପ୍ରାର୍ଥୀପତ୍ର ଦାଖଲ, ୨୫ ରେ ଆସିବ ଚୂଡାନ୍ତ ତାଲିକା

ଗତ 17 ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଗତକାଲି(ଗୁରୁବାର) ସୁଦ୍ଧା କଟକରେ ଜିଲ୍ଳା ପରିଷଦ ପାଇଁ 56 ଜଣ, ସରପଞ୍ଚ ପାଇଁ 1075 ଜଣ, ସମିତି ସଭ୍ୟ ପାଇଁ 860 ଜଣ ଓ ଓ୍ବାର୍ଡ ମେମ୍ବର ପାଇଁ 7188 ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଆଜି(ଶୁକ୍ରବାର) ଶେଷ ଦିନରେ 4ଟି ପଦବୀ ପାଇଁ ଜିଲ୍ଲାରେ ପ୍ରାୟ 4 ହାଜର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେପଟେ ପ୍ରାର୍ଥୀପତ୍ର ଦାଖଲ ସମୟରେ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାର୍ଥୀଙ୍କ ସହ ସେମାନଙ୍କ ସମର୍ଥକ ତଥା ବିଭିନ୍ନ ଦଳର ନେତାମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । କିନ୍ତୁ ପାର୍ଥୀ ନିଜ ସହ ଜଣେ ମାତ୍ର ପ୍ରାସ୍ତାବକଙ୍କୁ ସାଥିରେ ନେଇ ନାମାଙ୍କନ ପତ୍ର ଦାଖଲ କରିବାର ନିୟମ ଥିବାରୁ ତାହା ପାଳନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ବାରମ୍ବାର ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତା ୨୫ ତାରିଖରେ ଚୂଡାନ୍ତ ପାର୍ଥିପତ୍ର ତାଲିକା ପ୍ରକାଶ ପାଇବ ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details