କଟକ: ସାରା ରାଜ୍ୟରେ କୋରୋନା ସଂକ୍ରମଣରୁ ମୁକ୍ତି ପାଇଁ ଜାରି ରହିଛି କଟକଣା । ଏମିତିରେ କେବଳ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକୀୟ କ୍ଷେତ୍ରରେ ପରିବହନ ପାଇଁ ଅନୁମତି ମିଳିଥିଲେ ସୁଦ୍ଧା ପ୍ରାୟ ପ୍ରତ୍ୟେକ ଭାଙ୍ଗୁଛି ନିୟମ । ଅମାନିଆଙ୍କୁ ଏବେ ତଣ୍ଡ ଗଣିବା ଏକପ୍ରକାର ଦେହସୁହା ହୋଇଯାଇଥିବା ଦେଖାଯାଉଛି । ସିଲଭର ସିଟିରେ ମଧ୍ୟ ଇତିମଧ୍ୟରେ ବଢିଚାଲିଛି ଅମାନିଆଙ୍କ ଦୌରାତ୍ମ୍ୟ ।
ଏମିତିରେ ଅମାନିଆଙ୍କ ମନମାନି ଯୋଗୁଁ କଟକରେ ଦୈନିକ ଏପରି ଦୃଶ୍ୟ ସାମ୍ନାକୁ ଆସୁଛି । ଯାହା ବର୍ତ୍ତମାନ ପୋଲିସ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ସୂଚନା ମୁତାବକ କେବଳ ମଙ୍ଗଳବାର ଜିଲ୍ଲାର ସମସ୍ତ ଚେକିଂ ଓ ବ୍ଳକିଂ ପଏଣ୍ଟରେ ଚେକିଂ ସମୟରେ 649 ବାଇକ ଆରୋହୀ ଚାଲାଣ କାଟିଥିବା ଜଣା ପଡିଛି । ଏହାସହ ବିନା ମାସ୍କରେ 411 ଜଣ ତଣ୍ଡ ଗଣିଥିବା ବେଳେ ସମାଜିକ ଦୂରତ୍ବ ଆଇନ ଭଙ୍ଗ କରି 1245 ଜଣ ଦେଇଛନ୍ତି ଫାଇନ ।