କଟକ:କଟକରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବାକୁ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ। କଟକ ସହରରେ ୧୭ଟି ସ୍କ୍ବାର୍ଡ ବଜାରରେ ବୁଲି ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ଏପରିକି ଦୋକାନ ଗୁଡିକରେ ସାମାଜିକ ଦୂରତା ବଜାୟ ନ ରଖିଲେ ଦୋକାନ ସିଲ କରୁଛି ପୋଲିସ।
ସିଏମସି ଓ ପୋଲିସ ମଧ୍ୟରେ ସମନ୍ୱୟ ଅଭାବ, ପ୍ରଭାବିତ ବ୍ୟବସାୟୀ ! - କଟକରେ ଦୋକାନ ସିଲ କରୁଛି ପୋଲିସ
ସିଏମସି ନିୟମ ମାନି ଦୋକାନ ଖୋଲିଥିବା ମାଲିକଙ୍କ ଉପରେ ପୋଲିସ ନେଉଛି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ....
ସାମାଜିକ ଦୂରତା ବଜାୟ ରଖି ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବା ଜଣେ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଦରଘା ବଜାର ଅଞ୍ଚଳରେ ଜଣେ ବ୍ୟବସାୟୀ ସମସ୍ତ କଟକଣା ମାନିଥିଲେ ବି ତାଙ୍କ ଦୋକାନକୁ ପୋଲିସ ସିଲ କରିଥିବା ଅଭିଯୋଗ କରିଛନ୍ତି। ଦୋକାନ ଭିତରେ ଷ୍ଟାଫ ସଂଖ୍ୟା ଅଧିକ ଥିବାରୁ ଦୋକାନ ସିଲ କରିଥିବା ବ୍ୟବସାୟୀ ଜଣକ କହିଛନ୍ତି । ସିଏମସି ନିୟମ ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସେ ଦୋକାନ ଖୋଲିଥିଲେ। ହେଲେ,ପୋଲିସ ଏହା ଶୁଣି ନଥିଲା । ସିଧାସଳଖ ଦୋକାନକୁ ସିଲ କରିଥିଲା। ଉଭୟ ସିଏମସି ଓ ପୋଲିସ ମଧ୍ୟରେ ସମନ୍ବୟ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ