କଟକ: ଜାରି ହେଲା ଦଶହରା କଟକଣା । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ କଟକରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଦଶହରା ପାଇଁ କଟକରେ ମୁତୟନ ହେବ 32 ପ୍ଳାଟୁନ ପୋଲିସ ଫୋର୍ସ । ଆସନ୍ତାକାଲି(ସୋମବାର) ଠାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ ।
କାଲିଠୁ ନାଇଟ କର୍ଫ୍ୟୁ, ମୁତୟନ ହେବେ 32 ପ୍ଲାଟୁନ ପୋଲିସ ଫୋର୍ସ - କଟକରେ ନାଇଟ କର୍ଫ୍ୟୁ
ଦଶହରାରେ କଟକକୁ ଜଗିବେ 32 ପ୍ଳାଟୁନ ପୋଲିସ ଫୋର୍ସ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଲାଗୁ ହେଲା କଡା କଟକଣା । ଅଧିକ ପଢନ୍ତୁ...
କାଲିଠୁ ନାଇଟ କର୍ଫ୍ୟୁ, ମୁତୟନ ହେବେ 32 କାଲିଠୁ ନାଇଟ କର୍ଫ୍ୟୁ, ମୁତୟନ ହେବେ 32 ପ୍ଲାଟୁନ ପୋଲିସ ଫୋର୍ସପ୍ଲାଟୁନ ପୋଲିସ ଫୋର୍ସ
ପୁଣି କଟକକୁ ଫେରିଲା ରାତ୍ରକାଳୀନ କର୍ଫ୍ୟୁ । ଦୁର୍ଗାପୂଜାରେ ଭିଡକୁ ଦୃଷ୍ଟିରେ ରଖି କଡା କଟକଣା ଜାରି କରାଯାଇଛି । 20 ଟି ଏଡ୍ ପୋଷ୍ଟ ସହ ମୁତୟନ ହେବେ 100ରୁ ଅଧିକ ପୋଲିସ ଅଧିକାରୀ ଏବଂ 150ରୁ ଅଧିକ ହୋମଗାର୍ଡ । ସୋମବାର ରାତି 8 ରୁ କଡାକଡ଼ି ଭାବେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ତେବେ କୋଭିଡ଼ ନିୟମ ପାଳି ଚଳିତ ବର୍ଷ ଦୁର୍ଗାପୂଜା ପାଳନ କରିବାକୁ ସହରବାସୀଙ୍କୁ ଅପିଲ୍ କରିଛନ୍ତି କଟକ ଡ଼ିସିପି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Oct 10, 2021, 2:10 PM IST