ଓଡିଶା

odisha

ETV Bharat / city

SCBରେ ନାଇଜେରିଆ ଅଭିଯୁକ୍ତଙ୍କ ମୃତଦେହ ପଡିରହିଥିବା ଘଟଣା: ଆଜି ହସ୍ତାନ୍ତର ହେବ ମୃତଦେହ - କଟକ ଏସସିବି ମେଡିକାଲ

14 ଦିନ ଧରି ଏସସିବି ମେଡ଼ିକାଲରେ ନାଇଜେରିଆ ଅଭିଯୁକ୍ତଙ୍କ ମୃତଦେହ ପଡିରହିଥିବା ଘଟଣା । ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଥିବା ନେଇ ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ

Nigerian prisoner dead body shifting from cuttack scb medical
SCBରେ ନାଇଜିରୀୟ ଅଭିଯୁକ୍ତଙ୍କ ମୃତଦେହ ପଡିରହିଥିବା ଘଟଣା: ଆଜି ହସ୍ତାନ୍ତର ହେବ ମୃତଦେହ

By

Published : Jun 8, 2022, 3:54 PM IST

କଟକ:14 ଦିନ ଧରି ଏସସିବି ମେଡ଼ିକାଲରେ ନାଇଜେରିଆ ଅଭିଯୁକ୍ତଙ୍କ ମୃତଦେହ ପଡିରହିଥିବା ଘଟଣା । ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଥିବା ନେଇ ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ମେ 26 ତାରିଖରେ ନାଇଜେରିଆ ଅଭିଯୁକ୍ତ ଅଗଷ୍ଟିନ୍ ଓଡ଼ିକପୋଙ୍କ ମୃତ୍ୟୁ ହୋଇଥିଲା ।

SCBରେ ନାଇଜିରୀୟ ଅଭିଯୁକ୍ତଙ୍କ ମୃତଦେହ ପଡିରହିଥିବା ଘଟଣା: ଆଜି ହସ୍ତାନ୍ତର ହେବ ମୃତଦେହ

ଅଗଷ୍ଟିନ୍ ଓଡ଼ିକପୋଙ୍କ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ। ଏ ନେଇ ଗତ ୪ ତାରିଖରେ ପୁରୀ ଜେଲ ଅଧୀକ୍ଷକଙ୍କୁ ଚିଠି କରାଯାଇଛି। ଆଜି ମୃତଦେହ ହସ୍ତାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ଅଗଷ୍ଟିନ ଗୁରୁତର ହେବାରୁ ମେ ୨୪ ତାରିଖରେ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ମେ ୨୬ ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏସସିବି ଆନାଟୋମି ବିଭାଗରେ ଅଗଷ୍ଟିନ୍ ଓଡ଼ିକପୋଙ୍କ ମୃତଦେହ ରଖାଯାଇଛି ।

ସୂଚନା ଥାଉକି, ସାଇବର ଅପରାଧ ମାମଲାରେ ଫ୍ରେବୁଆରୀ 2019ରୁ ଅଗଷ୍ଟିନ୍ ପୁରୀ ଜେଲରେ ବିଚାରଧୀନ କଏଦୀ ହିସାବରେ ସଜା କାଟୁଥିଲେ। ଗତ ମେ ମାସ 9 ତାରିଖ ତାଙ୍କ ଦେହ ଖରାପ ହେବାରୁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details