ଓଡିଶା

odisha

ETV Bharat / city

ଆଲୋକଙ୍କୁ କୋର୍ଟଚାଲାଣ କଲା କମିଶନରେଟ ପୋଲିସ - absconded prisoner case

ଏସସିବି ଆଇସିୟୁରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ଆଲୋକ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛି ମଙ୍ଗଳାବାଗ ପୋଲିସ । ଆଲୋକ ଏସସିବିରୁ ଫେରାର ହୋଇଯିବା ନେଇ ରଘୁନାଥପୁର ଥାନା ଅଧିକାରୀଙ୍କ ଏତଲାକୁ ଆଧାର କରି ମାମଲା ରୁଜୁ କରିବା ସହ ଆଜି(ରବିବାର) ଆଲୋକକୁ କୋର୍ଟ ଚାଲାଣ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

cuttack crime news
ଆଲୋକଙ୍କୁ କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ

By

Published : Jan 12, 2020, 3:17 PM IST

Updated : Jan 12, 2020, 5:22 PM IST

କଟକ: ଏସସିବି ଆଇସିୟୁରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ଆଲୋକ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଙ୍ଗଳାବାଗ ପୋଲିସ । ଆଲୋକ ଏସସିବିରୁ ଫେରାର ହୋଇଯିବା ନେଇ ରଘୁନାଥପୁର ଥାନା ଅଧିକାରୀଙ୍କ ଏତଲାକୁ ଆଧାର କରି ମାମଲା ରୁଜୁ କରିବା ସହ ଆଜି(ରବିବାର) ଆଲୋକକୁ କୋର୍ଟ ଚାଲାଣ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଆଲୋକଙ୍କୁ କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ

ଆଲୋକ ନାଁରେ ପୂର୍ବରୁ ଦୁଇଟି ଚୋରି ମାମଲା ଥିବାବେଳେ ପୁଣି ଏକ ଚୋରି ମାମଲାରେ ରଘୁନାଥପୁର ପୋଲିସ ତାକୁ 4 ତାରିଖ ଦିନ ଗରିଫ କରିଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଆଲୋକକୁ ଏସସିବି ଅଣାଯାଇଥିଲା । ତେବେ ସେ ସେଠାରୁ ଫେରାର ହୋଇଯାଇଥିଲା ।

ଫେରାର ହେବା ପରେ ଗତକାଲି ସନ୍ଧ୍ୟାରେ କଟକ ସ୍ଥିତ ଜଣେ ଆଇନଜୀବିଙ୍କ ଘରୁ ପୋଲିସ ଆଲୋକଙ୍କୁ ଧରିଥିଲା । ଅନ୍ୟପଟେ କେସକୁ ରଫାଦଫା କରିବା ପାଇଁ ରଘୁନାଥପୁର ପୋଲିସ ପକ୍ଷରୁ ତାଙ୍କୁ 10 ଲକ୍ଷ ଟଙ୍କା ଜଚା ଯାଉଥିବା ଅଭିଯୋଗ କରିଛନ୍ତି ଆଲୋକଙ୍କ ବାପା ବସନ୍ତ ସାହୁ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 12, 2020, 5:22 PM IST

ABOUT THE AUTHOR

...view details