ଓଡିଶା

odisha

ETV Bharat / city

ନୂଆ ଟ୍ରାଫିକ୍‌ ନିୟମ; କଟକରେ ଗୋଲାପ ଦେଇ କରାଯାଉଛି ସଚେତନ - ସିନେ ଅଭିନେତା ଶ୍ରୀତମ ଦାସ

ଟ୍ରାଫିକ୍‌ ନୂଆ ନିୟମ ପାଇଁ କିଛି ଦିନ ଧରପଗଡ ପରେ ଲୋକଙ୍କୁ ସଚେତନ କରୁଛି ଟ୍ରାଫିକ୍‌ ପୋଲିସ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କଟକରେ ଲୋକଙ୍କୁ ନୂଆ ନିୟମ ବାବଦରେ ବୁଝାଉଛି ଟ୍ରାଫିକ୍‌ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 10, 2019, 5:17 PM IST

କଟକ: ଟ୍ରାଫିକ୍‌ ନୂଆ ନିୟମ ପାଇଁ କିଛି ଦିନ ଧରପଗଡ ପରେ ଲୋକଙ୍କୁ ସଚେତନ କରୁଛି ଟ୍ରାଫିକ୍‌ ପୋଲିସ । ଗତକାଲି(ସୋମବାର) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କଟକରେ ଲୋକଙ୍କୁ ନୂଆ ନିୟମ ବାବଦରେ ବୁଝାଉଛି ଟ୍ରାଫିକ୍‌ ପୋଲିସ । ଏନେଇ ଆଜି ଖୋଦ୍‌ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ରାସ୍ତାକୁ ଓହ୍ଲାଇବା ସହ ଯେଉଁମାନେ ନିୟମ ମାନୁଛନ୍ତି ତାଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ 3 ମାସ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରି ଲୋକଙ୍କୁ ସଚେତନତା କରିବା ପାଇଁ ଗତକାଲି କହିଥିଲେ । ଏହାସହ ଲୋକଙ୍କୁ ତିନି ମାସ ଭିତରେ ସବୁ କାଗଜ ପତ୍ର ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେ କହିଥିଲେ । ଏହାପରେ ଆଜି କଟକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ କଟକରେ ଟ୍ରାଫିକ୍‌ ପୋଲିସ ସଚେତନତା କରୁଥିବା ସମୟରେ ଅଧିକାଂଶ ଲୋକ ନିୟମ ମାନୁଥିବା ଦେଖିବାକୁ ମିଳିଛି । ସେହିପରି ସିନେ ଅଭିନେତା ଶ୍ରୀତମ ଦାସ ମଧ୍ୟ ଲୋକଙ୍କୁ ନିୟମ ବିଷୟରେ ବୁଝାଇବା ସହ ଗୋଲାପ ଫୁଲ ଦେଉଛନ୍ତି । ଏଥିସହ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଲୋକେ ଟ୍ରାଫିକ୍‌ ନିୟମ ମାନିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details