ଓଡିଶା

odisha

ETV Bharat / city

ବିଦେଶରେ ଗୁଞ୍ଜରିତ ହେବ ଓଡିଆ ସଂଗୀତ ଉତ୍କଳ ଜନନୀ ମମତା ମୟୀ - ବିଶ୍ବରେ ରିଲିଜ ହେବ ଓଡିଆ ସଂଗୀତ

ଉତ୍କଳ ଦିବସରେ ବିଶ୍ବବାସୀ ବି ଶୁଣିବେ ଓଡିଶାର ସଂସ୍କୃତି ଓ ପରମ୍ପରାର ଗୀତ । ଏପ୍ରିଲ ୧ ରେ ରିଲିଜ ହେବ ନୂଆ ଓଡିଆ ସଂଗୀତ ଉତ୍କଳ ଜନନୀ ମମତା ମୟୀ । ଅଧିକ ପଢନ୍ତୁ

ବିଦେଶରେ ଗୁଞ୍ଜରିତ ହେବ ଓଡିଆ ସଂଗୀତ ଉତ୍କଳ ଜନନୀ ମମତା ମୟୀ
ବିଦେଶରେ ଗୁଞ୍ଜରିତ ହେବ ଓଡିଆ ସଂଗୀତ ଉତ୍କଳ ଜନନୀ ମମତା ମୟୀ

By

Published : Mar 22, 2022, 7:38 PM IST

କଟକ: ବିଶ୍ୱବାସୀ ବି ଶୁଣିବେ 'ଉତ୍କଳ ଜନନୀ ମମତା ମୟୀ' ସୁମଧୁର ସଂଗୀତ । ଅନନ୍ତ ବଳିଆ ଟ୍ରଷ୍ଟ ଦ୍ୱାରା ରେକର୍ଡ କରାଯାଉଥିବା ଏହି ଓଡ଼ିଆ ସାଂସ୍କୃତିକ ସଙ୍ଗୀତ ବିଶ୍ୱର ୩୦ଟି ଦେଶରେ ଏପ୍ରିଲ ୧ ଅର୍ଥାତ୍ ଉତ୍କଳ ଦିବସରେ ରିଲିଜ ହେବ । ଓଡ଼ିଶାର ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆ ଏହି ସଂଗୀତକୁ ରଚନା କରି ଥିବାବେଳେ କଟକ ସିଡିଏ ପ୍ରତିଭା ଷ୍ଟୁଡ଼ିଓରେ ସଂଗୀତ ରେକଡିଂ କରାଯାଇଛି ।

ବିଦେଶରେ ଗୁଞ୍ଜରିତ ହେବ ଓଡିଆ ସଂଗୀତ ଉତ୍କଳ ଜନନୀ ମମତା ମୟୀ
ପୂର୍ବରୁ ଯେଉଁଭଳି ଭାବରେ ବନ୍ଦେ ଉତ୍କଳ ଜନନୀ, ସବୁ ଓଡ଼ିଆମାନଙ୍କର ହୃଦୟ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା ସେହିଭଳି ଭାବର ଏହି ସଙ୍ଗୀତ ରେକର୍ଡ କରାଯାଉଛି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଆରିଲୋର ଅନନ୍ତ ବଳିଆ ଟ୍ରଷ୍ଟ ଦ୍ୱାରା ନିର୍ମିତ ଏହି ସଂଗୀତରେ ଓଡ଼ିଶାର ମାଟି, ପାଣି, ପବନ, ସଂସ୍କୃତି, ପରମ୍ପରା, ଚାଲିଚଳନ ଓ ସଭ୍ୟତାକୁ ବର୍ଣ୍ଣନା କରାଯାଇଛି । ସଂଗୀତର ଅଡିଓ ଓ ଭିଡିଓ ବିଶ୍ୱର ୩୦ଟି ଦେଶରେ ରିଲିଜ କରାଯିବ ।

ଏହାକୁ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ । କେବଳ ଓଡ଼ିଆ ଭାଷାରେ ଏହି ସଙ୍ଗୀତ ରେକର୍ଡ କରାଯାଇଥିବା ସହ ଭିଡିଓ ମାଧ୍ୟମରେ କଣ୍ଠଶିଳ୍ପୀମାନେ ଅଭିନୟ ଓ ଓଡ଼ିଶାର ସମସ୍ତ ଚିତ୍ରକୁ ଭିଡିଓ ମାଧ୍ୟମରେ ଦେଖାଯିବ ବୋଲି କହିଛନ୍ତି ପବିତ୍ର । ଅନ୍ୟପଟେ ଏହି ସଙ୍ଗୀତକୁ ଗାଇଛନ୍ତି ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା କୋଣଅନୁକୋଣର ୧୦ ଜଣ ପ୍ରଖ୍ୟାତ କଣ୍ଠଶିଳ୍ପୀମାନେ । ସଂଗୀତ ଗାନ କରିଥିବା କଣ୍ଠଶିଳ୍ପୀମାନେ ହେଉଛନ୍ତି ସତ୍ୟଜିତ ପ୍ରଧାନ, ଶଶାଙ୍କ ଶେଖର, ବିଷ୍ଣୁ ମୋହନ କବି, ପ୍ରଶାନ୍ତ କୁମାର, କୁମାର ଦିଲ୍ଲୀପ, ଅନ୍ତରା ଚକ୍ରବର୍ତ୍ତୀ, ଜାଗୃତି ମିଶ୍ର, ସସ୍ମିତା ମହାନ୍ତି, ପ୍ରତିଭା ପ୍ରଧାନ ଓ ସ୍ନେହା ଦେବତା ପ୍ରମୁଖ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details