କଟକ: ଚଳିତ ମାସରୁ ଦେଶରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ନୂଆ ମୋଟରଯାନ ଆଇନକୁ ରାଜ୍ୟ ସରକାର କିଛି ଦିନ ପାଇଁ କୋହଳ କରିଥିଲେ ମଧ୍ୟ ଆଗକୁ ଯେମିତି ସୂଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ନୂଆ ଆଇନରୁ 3ମାସ ଆଶ୍ବସ୍ତି ମିଳିଥିଲେ ମଧ୍ୟ ଯେମିତି ସାଧାରଣ ଲୋକେ ପରବର୍ତ୍ତୀ ସମୟରେ କୌଣସି ସମସ୍ୟା ନଭୋଗିବେ ସେଥିପାଇଁ ଆଜି କମିଶନରେଟ ପୋଲିସ ଟ୍ରାଫିକ ରଥ ଆରମ୍ଭ କରିଛି ।
ଆରମ୍ଭ ହେଲା ଟ୍ରାଫିକ ସଚେତନତା ରଥ - ଟ୍ରାଫିକ ସଚେତନତା ରଥ
ନୂଆ ମୋଟରଯାନ ଆଇନର ନିୟମ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ବୁଲୁଛି ସଚେତନତା ରଥ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଏହି ରଥରେ ଟ୍ରାଫିକ ନିୟମ ଓ ନୂଆ ଆଇନ ସମ୍ବନ୍ଧୀୟ ସମସ୍ତ ସୂଚନା ଓ ଫଟୋ ରହିଛି । ଏହି ସଚେତନତା ରଥ ସମସ୍ତ ସହର ଓ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ କରିବ । ଆଜି ଏହି ସଚେତନତା ରଥକୁ ଟ୍ରାଫିକ ଡିସିପି ସାଗରିକା ନାଥ ସବୁଜ ପତକା ଦେଖାଇ ଉଦଘାଟନ କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ